ଭୁବନେଶ୍ୱର,୧୭।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇଲେକ୍ଟ୍ରିକ୍ ଭେଇକିଲ (ଇଭି) ‘ନ୍ୟୁ ନେକ୍ସନ ଇଭି ମାକ୍ସ’ ଡାର୍କ ଏଡିସନ ମଡେଲର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟାଟା ମୋଟର୍ସର ସ୍ବୀକୃତିପ୍ରାପ୍ତ ଡିଲର ତୃପ୍ତି ମୋଟର୍ସ ବରମୁଣ୍ଡା (ତୃପ୍ତି ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ୍) ଆନୁକୂଲ୍ୟରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ତୃପ୍ତି ଗ୍ରୁପ୍ର ସିଇଓ ରଞ୍ଜନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରାଇବା ସହ ଉକ୍ତ ମଡେଲର ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ମୋଟର୍ସର ଟିଏସ୍ଏମ୍ ଆଶିଷ ଦାସଙ୍କ ସମେତ ତୃପ୍ତି ଗ୍ରୁପ୍ର ଜିଏମ୍ ବିକାଶ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଟାଟା ମୋଟର୍ସର ନ୍ୟୁ ନେକ୍ସନ ଇଭି ମାକ୍ସ ଡାର୍କ ଏଡିସନ ମଡେଲରେ ଅନେକ ବୈଶିଷ୍ଟ୍ୟ ସହ ବର୍ତ୍ତମାନ ସମୟର ସମସ୍ତ ଫିଚର ଅନ୍ତର୍ଭୁକ୍ତ ରହିଛି। ଉଲ୍ଲେଖଯୋଗ୍ୟ, ନ୍ୟୁ ନେକ୍ସନ ଇଭି ମାକ୍ସ’ ଡାର୍କ ଏଡିସନ ମଡେଲର ବଜାର ମୂଲ୍ୟ ପ୍ରାୟ ୨୦.୫ ଲକ୍ଷ ଟଙ୍କା ରହିଛି।