ନୂଆଦିଲ୍ଲୀ,୭।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ପାସେଞ୍ଜର ଭେଇକିଲ (ପିଭି) ବା ଯାତ୍ରୀବାହୀ ଯାନରେ ଆଜିଠାରୁ (୭ ନଭେମ୍ବର) ନୂଆ ଦର ଲାଗୁ ହେବ ବୋଲି ଜଣାପଡ଼ିଛି। ବିଶେଷକରି କମ୍ପାନୀର ପିଭି ବର୍ଗର ଯାନଗୁଡ଼ିକ ଉପରେ ୦.୯% ମୂଲ୍ୟ ବୃଦ୍ଧି ହେବ ବୋଲି କୁହାଯାଇଛି। ଏପରିକି କମ୍ପାନୀର ପ୍ରମୁଖ ଯାନ ଟିଆଗୋ, ପଞ୍ଚ, ନେକ୍ସନ, ହାରିୟର ଏବଂ ସଫାରି ଆଦିରେ ନୂଆ ଦର ଲାଗୁ ହେବ ବୋଲି ସୂଚନା ମିଳିଛି। ସେହିଭଳି ଏହି ବର୍ଦ୍ଧିତ ଦର କମ୍ପାନୀର ଭିନ୍ନ ଭିନ୍ନ ମଡେଲ ଓ ଭାରିଆଣ୍ଟ ଅନୁସାରେ ମୂଲ୍ୟ ମଧ୍ୟ ଭିନ୍ନ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଯାନ ନିର୍ମାଣରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ କମ୍ପାନୀ ଏଭଳି ଦର ବୃଦ୍ଧି କରିବାକୁ ବାଧ୍ୟ ହୋଇଛି ବୋଲି କୁହାଯାଇଛି।