Categories: ବାଣିଜ୍ୟ

ଯାନ ଦର ବଢ଼ାଇଲା ଟାଟା ମୋଟର୍ସ

ନୂଆଦିଲ୍ଲୀ: ଟାଟା ମୋଟର୍ସ ପକ୍ଷରୁ ଯାତ୍ରୀବାହୀ ଯାନ ବର୍ଗରେ ଦର ବୃଦ୍ଧି ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଇନ୍‌ପୁଟ ଖର୍ଚ୍ଚ ଏବଂ ସେମି କଣ୍ଡକ୍ଟର ମୂଲ୍ୟ ବଢ଼ିବା ଯୋଗୁ କମ୍ପାନୀର ଯାନଗୁଡିକ ପ୍ରାୟ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବଢିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଯାନ ଦର ବୃଦ୍ଧି ନେଇ ମାରୁତି ସୁଜୁକି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପୂର୍ବରୁ ଘୋଷଣା କରିଛନ୍ତି। ବିଶେଷକରି କଞ୍ଚାମାଲ ମୂଲ୍ୟ ବଢିବା ଯୋଗୁ କମ୍ପାନୀ ବାଧ୍ୟହୋଇ ଯାନ ଦର ବଢ଼ାଉଥିବା କହିଛନ୍ତି। ଦର ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ଟାଟା ମୋଟର୍ସ ରେଗୁଲେଟୋରି ଫାଇଲିଂରେ ସୂଚନା ଦିଆଯାଇଛି। ଟାଟା ମୋଟର୍ସ ହ୍ୟାଚ୍‌ ବ୍ୟାକ୍‌ ଟିଆଗୋଠାରୁ ଆରମ୍ଭକରି ଏସ୍‌ୟୁଭି ହ୍ୟାରିୟର ରେଞ୍ଜରେ ଯାନ ଉପଲବ୍ଧ କରାଉଛି। କମ୍ପାନୀର ଯାତ୍ରୀବାହୀ ଯାନ ବର୍ଗର ଅଭିବୃଦ୍ଧି ଚଳିତ ଆର୍ଥତ୍କ ବର୍ଷରେ ୩୯% ରହିଥିବା ସୂଚନା ରହିଛି। ଗତ ତ୍ରୈମାସରେ କମ୍ପାନୀର ବିକ୍ରି ଅଭିବୃଦ୍ଧି ୩୩% ରହିଛି। ଉଲ୍ଲେଖଯୋଗ୍ୟ, ମାରୁତି ସୁଜୁକି ଯାନଗୁଡିକର ମୂଲ୍ୟ ପ୍ରାୟ ୩୪ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବ।

Share