ନୂଆଦିଲ୍ଲୀ,୯।୮: ଦଶର ପ୍ରମୁଖ ୪ ଚକିଆ ଯାନ ନିର୍ମାତା ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏଫଆଇପିଏଲ)ର ଗୁଜରାଟସ୍ଥିତ ସନନ୍ଦ ପ୍ଲାଣ୍ଟକୁ ଟାଟା ମୋଟର୍ସର ସହାୟକ କମ୍ପାନୀ ଟାଟା ପାସେଞ୍ଜର ଇଲେକ୍ଟ୍ରିକ ମୋବିଲିଟି ଲିମିଟେଡ (ଟିପିଇଏମଏଲ) କିଣିବ ବୋଲି ଜଣାପଡିଛି। ଏ ନେଇ ମଧ୍ୟ ରବିବାର ଦୁଇ କମ୍ପାନୀ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଯାଇଛି। ଏପରିକି ଫୋର୍ଡର ଉକ୍ତ କାରଖାନାକୁ ଟାଟା ପ୍ରାୟ ୭୨୬ କୋଟି ଟଙ୍କାରେ କ୍ରୟ କରିବ ବୋଲି ସୂଚନା ମିଳିଛି। ସେହିଭଳି ଉକ୍ତ କାରଖାନାର ଜମି ଓ କୋଠା ସାଙ୍ଗକୁ ଯାନ ନିର୍ମାଣ ୟୁନିଟ, କାରଖାନା ପରିସରରେ ଥିବା ସମସ୍ତ ମେଶିନ ଓ ଅନ୍ୟାନ୍ୟ ଉପକରଣ ଆଦିକୁ ଟାଟା ହାସଲ କରିବ। ଅପରପକ୍ଷରେ ଏଫଆଇପିଏଲର ଯାନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ଯୋଗ୍ୟ କର୍ମଚାରୀମାନେ ମଧ୍ୟ ଟାଟା ଅଧୀନକୁ ଆସିବେ ବୋଲି କୁହାଯାଇଛି। ତେବେ ନିୟାମକ ସଂସ୍ଥାଗୁଡ଼ିକର ମଞ୍ଜୁରୀ ମିଳିବା ପରେ ଉକ୍ତ ରାଜିନାମା ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବ।