Categories: ବାଣିଜ୍ୟ

ଟାଟା ପାୱାର ବିଜ୍‌ନେସ୍‌ ଆସୋସିଏଟ୍‌ ମିଟ୍‌

ନୂଆଦିଲ୍ଲୀ,୨।୯: ଟାଟା ପାଓ୍ବାରର ଓଡ଼ିଶା ଡିସ୍‌କମ୍‌ ପକ୍ଷରୁ ଏକ ଦିନିକିଆ ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଡିସ୍‌କମ୍‌ର ଓଡ଼ିଶା ସେବା ବିଜ୍‌ନେସ୍‌ ଆସୋସିଏଟ୍‌ସ ମିଟ୍‌ ଆୟୋଜିତ ହୋଇଥିଲା। ଏପରିକି ଏଲ୍‌ଟି, ୧୧କେଭି, ୩୩କେଭି ନେଟ୍‌ୱର୍କ ରକ୍ଷଣାବେକ୍ଷଣ, ପିଏସ୍‌ଏସ୍‌ ପରିଚାଳନା, ପ୍ରକଳ୍ପ କାର୍ଯ୍ୟକ୍ରମ, ମିଟର ସ୍ଥାପନ, ମିଟର ରିଡିଂ, ରାଜସ୍ବ ସଂଗ୍ରହ, ବଣ୍ଟନ ଟ୍ରାନ୍ସଫର ମରାମତି ଆଦି କାର୍ଯ୍ୟକଳାପରେ ନିୟୋଜିତ ସମସ୍ତ ପ୍ରମୁଖ ବିଜ୍‌ନେସ୍‌ ଆସୋସିଏଟ୍‌ଙ୍କୁ ଉକ୍ତ ସଭା (ମିଟ୍‌) ପାଇଁ ଆମନ୍ତ୍ରଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ, ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାରଙ୍କ ସମେତ ଡିସ୍‌କମ୍‌ର ବରିଷ୍ଠ ନେତୃତ୍ୱ ମଣ୍ଡଳୀ ଓ ବିଭିନ୍ନ ବିଭାଗର ମୁଖ୍ୟ ମାନେ ଉକ୍ତ ସମ୍ମିଳନୀରେ ଯୋଗଦେଇଥିଲେ। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ସାଧାରଣ ସୁରକ୍ଷା ଅଭ୍ୟାସକୁ କାର୍ଯ୍ୟକାରୀ କରିବା,ଗୁଣାତ୍ମକ ମାନ, ବୈଧାନିକ ନିୟମ ପାଳନ, ପ୍ରକଳ୍ପକୁ ଠିକ୍‌ ସମୟରେ କାର୍ଯ୍ୟକାରୀ କରିବା ପ୍ରତି ଡିସ୍‌କମ୍‌ଗୁଡ଼ିକ ପ୍ରତିବଦ୍ଧ ରହିଛନ୍ତି ଏବଂ ସେହି ମାର୍ଗଦର୍ଶିକା (ଗାଇଡ୍‌ଲାଇନ୍‌) କୁ ଅନୁସରଣ କରିବା ଲାଗି ସେ ବିଜ୍‌ନେସ୍‌ ଆସୋସିଏଟ୍‌ମାନଙ୍କୁ ଆହ୍ବାନ ଦେଇଛନ୍ତି। ନିକଟରେ ଘଟିଥିବା କାଳବୈଶାଖୀ ଓ ବନ୍ୟା ସମୟରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅତୁଟ ସମର୍ଥନ ପ୍ରଦାନ କରିଥିବାରୁ ଓଡ଼ିଶା ବିଜ୍‌ନେସ୍‌ ଆସୋସିଏଟ୍‌ମାନଙ୍କୁ ସେ ପ୍ରଶଂସା କରିଛନ୍ତି। ଓଡ଼ିଶା ବିଜ୍‌ନେସ୍‌ ଆସୋସିଏଟ୍‌ମାନଙ୍କ ପ୍ରସାର ପାଇଁ ଟିପି ଡିସ୍‌କମ୍‌ଗୁଡ଼ିକ ପ୍ରତିବଦ୍ଧ ଥିବା ଉପରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାର ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଟେଣ୍ଡର ସର୍ତ୍ତାବଳୀ, ଟେଣ୍ଡର ଯୋଗ୍ୟତା ମାନ୍ୟତା ଆଦିକୁ ଉପଯୁକ୍ତ ଭାବେ ବିଚାରକୁ ନେଇ ସ୍ଥାନୀୟ ବିଜ୍‌ନେସ୍‌ ଆସୋସିଏଟ୍‌ମାନଙ୍କୁ ଅଧିକାଂଶ ଯୋଗାଣ ଓ ସେବା କାର୍ଯ୍ୟ ପ୍ରଦାନ କରିବାକୁ ଟିପି ଡିସ୍‌କମ୍‌ଗୁଡ଼ିକୁ ଅଗ୍ରାଧିକାର ଦେଉଛନ୍ତି।

Share