ଟାଟା ପାଓ୍ବାର ଡିସ୍‌କମ୍‌ଗୁଡ଼ିକୁ ଶ୍ରେଷ୍ଠ ରେଟିଂ

ନୂଆଦିଲ୍ଲୀ,୧୫।୪: ଦେଶର ପ୍ରମୁଖ ଘରୋଇ ଶକ୍ତି ବିତରଣ କମ୍ପାନୀ ଟାଟା ପାଓ୍ବାରକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ବିତରଣ ସଂସ୍ଥାର ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷ କରି ପାୱାର ଫାଇନାନ୍ସ କର୍ପୋରେଶନ ଜରିଆରେ କରାଯାଇଥିବା ସର୍ଭେ ସହ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଜାରି କରାଯାଇଥିବା ରେଟିଂରେ ଟାଟା ପାଓ୍ବାରର ବଣ୍ଟନ କମ୍ପାନୀ(ଡିସ୍‌କମ୍‌)ଗୁଡ଼ିକ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। ଏପରିକି ବିଦ୍ୟୁତ୍‌ ବଣ୍ଟନ ୟୁଟିଲିଟିଙ୍କ ପାଇଁ ୧୧ତମ ବାର୍ଷିକ ସମନ୍ବିତ ରେଟିଂରେ ମନ୍ତ୍ରଣାଳୟ ଜାତୀୟ ୟୁଟିଲିଟିଗୁଡ଼ିକ ମଧ୍ୟରେ ଟାଟା ପାୱାରର ବଣ୍ଟନ କମ୍ପାନୀଗୁଡ଼ିକୁ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ପ୍ରଦାନ କରିଛନ୍ତି। ସେହିଭଳି ପରିଚାଳନା ଓ ଆର୍ଥିକ ପ୍ରଦର୍ଶନ, ନିୟାମକ ନିୟମ ପାଳନ, ଗ୍ରାହକ ସେବା, ଶକ୍ତି ଦକ୍ଷତା ଆଦି ବିଭିନ୍ନ ମାନଦଣ୍ଡକୁ ଆଧାରକରି ଏଭଳି ଏକ ରେଟିଂ ପ୍ରଦାନ କରାଯାଇଛି। ଏହି ରେଟିଂ ରିପୋର୍ଟକୁ ମାକିନ୍‌ଜେ ଆଣ୍ଡ୍‌ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ ଅନୁଶୀଳନ ପାଇଁ ୩ଟି ଆର୍ଥିକ ବର୍ଷ ୨୦୧୯-୨୦ରୁ ୨୦୨୨-୨୩ର ଆକାଉଣ୍ଟ(ହିସାବ) ବିଚାରକୁ ନିଆଯାଇଛି।
ଉଲ୍ଲେଖଯୋଗ୍ୟ, ଟାଟା ପାୱାର ମୁମ୍ବାଇ ଡିଷ୍ଟ୍ରିବ୍ୟୁଶନ ଓ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ୧୦୦ରୁ ଯଥାକ୍ରମେ ୮୯.୭ ଓ ୮୭.୨ ସ୍କୋର ସହ ଏ+ ଗ୍ରେଡ୍‌ ଲେଖାଏଁ ପାଇଥିବା ବେଳେ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁଶନ ଓ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଯଥାକ୍ରମେ ୭୯.୦ ଓ ୭୯.୩ ସ୍କୋର ସହ ଏ ଗ୍ରେଡ୍‌ ଲେଖାଏଁ ପାଇଛନ୍ତି।
ଏ ସମ୍ପର୍କରେ ଟାଟା ପାୱାରର ସିଇଓ ତଥା ଏମ୍‌ଡି ଡ. ପ୍ରବୀର ସିହ୍ନା କହିଛନ୍ତି, ଦେଶର ବିଦ୍ୟୁତ୍‌ ବଣ୍ଟନ ଦୃଶ୍ୟପଟରେ ପରିବର୍ତ୍ତନ ଆଣିବାକୁ ଟାଟା ପାୱାର ସମର୍ପିତ। ଆମେ ସୃଷ୍ଟି କରିଥିବା ୟୁଟିଲିଟିଗୁଡ଼ିକ ଦକ୍ଷ, ଭବିଷ୍ୟତ ଲାଗି ପ୍ରସ୍ତୁତ ଏବଂ ଗ୍ରାହକଙ୍କ ଆବଶ୍ୟକତା ଉପରେ କେନ୍ଦ୍ରୀଭୂତ। ଆମ ଡିସ୍‌କମ୍‌ଗୁଡ଼ିକର ସଫଳତାକୁ ମାନ୍ୟତା ପ୍ରଦାନ କରିଥିବାରୁ ଶକ୍ତି ମନ୍ତ୍ରଣାଳୟ ପ୍ରତି ଆମେ କୃତଜ୍ଞ ଏବଂ ଦେଶର ବଣ୍ଟନ ସଂସ୍କାରରେ ଆଗେ ଅଗ୍ରଣୀ ହୋଇ ରହିବୁ। ସେହିଭଳି ଟାଟା ପାୱାରର ସଭାପତି, ଟି ଆଣ୍ଡ୍‌ ଡି ସଞ୍ଜୟ ବାଙ୍ଗା କହିଛନ୍ତି, ଆଜିର ଦିନରେ ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ଦେଶର ୬କୋଟି ଲୋକଙ୍କୁ ସେବା ପ୍ରଦାନ କରୁଛି। ସେଥିରେ ଦିଲ୍ଲୀ, ମୁମ୍ବାଇ ଓ ଭୁବନେଶ୍ୱର ଭଳି ପ୍ରମୁଖ ସହର ସାମିଲ ରହିଛି। ଏପରିକି ଆମ ଡିସ୍‌କମ୍‌ଗୁଡ଼ିକ ଉତ୍କୃଷ୍ଟ ସେବା ଯୋଗାଉଥିବା ବେଳେ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ୍‌ ସେବା ପ୍ରଦାନ କରୁଛି। ଏହି ର଼୍ୟାଙ୍କିଙ୍ଗ୍‌ ହେଉଛି ସେମାନଙ୍କ ଅତୁଳନୀୟ ପ୍ରଦର୍ଶନର ପ୍ରତିଫଳନ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri