ଚଳିତ ଆର୍ଥିକ ବର୍ଷରେ ୨୦,୦୦୦ କୋଟିର ପୁଞ୍ଜି ନିବେଶ କରିବ ଟାଟା ପାଓ୍ବାର

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ପାଓ୍ବାର (ଭାରତର ଅନ୍ୟତମ ଅଗ୍ରଣୀ ସମନ୍ବିତ ଶକ୍ତି କମ୍ପାନୀ ଟାଟା ପାୱାର)ର ୧୦୫ ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ୨୦୨୩-୨୪ ଆର୍ଥତ୍କ ବର୍ଷ ପାଇଁ ଅଂଶୀଦାରମାନଙ୍କ ଏଜିଏମ୍‌ ମଧ୍ୟ ଆୟୋଜନ କରିଛି। ଏହି ପରିପ୍ରେକ୍ଷୀରେ ଟାଟା ପାୱାରର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ ଅଂଶୀଦାରମାନଙ୍କୁ ଦେଇଥିବା ଅଭିଭାଷଣରେ କହିଛନ୍ତି, କମ୍ପାନୀର ସୁଦୃଢ଼ ଆର୍ଥିକ ଓ ପରିଚାଳନାଗତ ପ୍ରଦର୍ଶନ,ନିରନ୍ତର ଅଭିବୃଦ୍ଧି, ଆର୍ଥତ୍କ ସଚେତନତା ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ଉତ୍କର୍ଷ ଦିଗରେ ଏହାର ପ୍ରତିବଦ୍ଧତାର ସଙ୍କେତ।

ଏ ସମ୍ପର୍କରେ ଟାଟା ପାୱାରର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ କହିଛନ୍ତି, ଟାଟା ପାୱାର ଚଳିତ ଆର୍ଥତ୍କ ବର୍ଷରେ ୨୦,୦୦୦କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଯୋଜନା ରଖିଛି। ଏହା ୨୦୨୩-୨୪ ଆର୍ଥିକ ବର୍ଷରେ ନିବେଶ କରାଯାଇଥିବା ୧୨,୦୦୦କୋଟି ଟଙ୍କାଠାରୁ ଅଧିକ। ଏହାର ଏକ ବଡ଼ ଅଂଶ କମ୍ପାନୀର ଅକ୍ଷୟ ଶକ୍ତି ପୋର୍ଟଫୋଲିଓକୁ ତ୍ୱରାନ୍ବିତ କରିବା ଏବଂ ସଞ୍ଚରଣ ଏବଂ ବିତରଣ ବ୍ୟବସାୟରେ ସନ୍ତୁଳନ ରକ୍ଷା କରିବାରେ ଖର୍ଚ୍ଚହେବ। ସରକାରଙ୍କ ନୀତି ଅନୁଯାୟୀ ଏହି ସୁଯୋଗ ସୃଷ୍ଟି ହେଲେ ସରକାର ଅନ୍ୟ ରାଜ୍ୟରେ ନୂତନ ବିତରଣ ସମ୍ପ୍ରସାରଣ ସୁଯୋଗ ବ୍ୟତୀତ ଆବଶ୍ୟକ ଅନୁମତି ଦେବା ପରେ କମ୍ପାନୀ କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟରରେ ଅଂଶଗ୍ରହଣ କରିବାକୁ ସୁଯୋଗର ଅନୁସନ୍ଧାନ କରିବ।

କମ୍ପାନୀ ବିଶେଷକରି ବାଣିଜି୍ୟକ ଏବଂ ଶିଳ୍ପ ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ଅକ୍ଷୟ ଶକ୍ତି ଯୋଗାଇବା ଉପରେ ଧ୍ୟାନଦେବା ସହ ଭାରତର ସବୁଜ ଶକ୍ତି ପରିବର୍ତ୍ତନର ନେତୃତ୍ୱ ନେବା ପାଇଁ ଭଲ ସ୍ଥିତିରେ ରହିଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଯୋଗୁ ବଜାର ଅଂଶ ବୃଦ୍ଧି ଲକ୍ଷ୍ୟ ରଖି ରୁଫ୍‌ଟପ୍‌ ସୌରଶକ୍ତିରେ ଅଭିବୃଦ୍ଧି ଘଟିଛି। ବର୍ତ୍ତମାନର ୧୨.୫ନିୟୁତ ଉପଭୋକ୍ତାଙ୍କଠାରୁ ବିତରଣ ବ୍ୟବସାୟ ସମ୍ପ୍ରସାରଣ ମାଧ୍ୟମରେ ୫୦ନିୟୁତ ଉପଭୋକ୍ତାଙ୍କ ନିକଟରେ ପହଞ୍ଚତ୍ବାକୁ ଲକ୍ଷ୍ୟ ରଖାଯାଇଛି।

କମ୍ପାନୀର ସମନ୍ବିତ ରାଜସ୍ବ ୧୦% ବୃଦ୍ଧି ପାଇ ୬୧,୫୪୨କୋଟି ଟଙ୍କାରେ ପହଞ୍ଚତ୍ଛି। ଟିକସ ପରବର୍ତ୍ତୀ ଲାଭ (ପିଏଟି) ୧୨% ବୃଦ୍ଧି ପାଇ ୪,୨୮୦କୋଟି ଟଙ୍କାରେ ପହଞ୍ଚତ୍ଛି। କମ୍ପାନୀ ଏହାର ବାଲାନ୍ସ ଶିଟ୍‌କୁ ସୁଦୃଢ଼ କରିବା ପାଇଁ ପ୍ରୟାସ ଜାରି ରଖିଛି ଏବଂ ଏହାର ଅଭିବୃଦ୍ଧି ଯୋଜନାକୁ ପାଣ୍ଠି ଯୋଗାଇବା ପରେ ମଧ୍ୟ ଇକ୍ୱିଟି ୧ରୁ କମ୍‌ ନିଟ୍‌ ଋଣ ବଜାୟ ରଖିଛି। ଉଭୟ ଆଗରୁ କାର୍ଯ୍ୟକ୍ଷମ ଥିବା ଏବଂ ଏବେ ଚାଲୁ ରହିଥିବା ପ୍ରକଳ୍ପରୁ ବର୍ତ୍ତମାନର ୯ ଗିଗାୱାଟ୍‌ରୁ ୫ ବର୍ଷ ମଧ୍ୟରେ ୧୫ଗିଗାୱାଟ ସ୍ବଚ୍ଛ ଶକ୍ତି ପୋର୍ଟଫୋଲିଓ ପାଇଁ ଲକ୍ଷ୍ୟ ରଖାଯାଇଛି। ତାମିଲନାଡୁଠାରେ ନୂତନ ୪.୩ ଗିଗାୱାଟ ସୌର ସେଲ୍‌ ଏବଂ ମଡ୍ୟୁଲ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ୫୩୦ରୁ ଅଧିକ ସହରରେ ୫,୫୦୦ସାର୍ବଜନୀନ ଓ କ୍ୟାପ୍ଟିଭ୍‌ ଚାର୍ଜର ଏବଂ ୮୬,୦୦୦ରୁ ଅଧିକ ହୋମ୍‌ ଚାର୍ଜର୍‌ ଲଗାଯାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଅଧୀନରେ ‘ଘର ଘର ସୌର’ କାର୍ଯ୍ୟକ୍ରମ ମାଧ୍ୟମରେ ଘରକୁ ସୌରଶକ୍ତି ଯୋଗାଇବା ପାଇଁ କମ୍ପାନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବର୍ତ୍ତମାନ ସୁଦ୍ଧା ୨ଗିଗାୱାଟରୁ ଅଧିକ ରୁଫ୍‌ଟପ୍‌ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ଏବଂ ୨,୮୦୦କୋଟି ଟଙ୍କାର ବରାଦ ବୁକିଂ ରହିଛି। ଏହାର ପ୍ରଦର୍ଶନକୁ ଆଧାରକରି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ୧ଟଙ୍କାର ଇକ୍ୱିଟି ଶେୟାର ପିଛା ୨ଟଙ୍କା ଲାଭାଂଶ ଦେବାକୁ ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri