Categories: ବାଣିଜ୍ୟ

ଟାଟା ପାୱାରର ନୂତନ ଅଭିଯାନ

ଭୁବନେଶ୍ୱର,୧୩।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅନ୍ୟତମ ଅଗ୍ରଣୀ ଶକ୍ତି କମ୍ପାନୀ ଟାଟା ପାୱାର ପକ୍ଷରୁ ଏକ ନୂତନ ଅଭିଯାନ ଓ ବ୍ରାଣ୍ଡ୍‌ ଫିଲ୍ମ ପ୍ରମୋସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସ୍ବଚ୍ଛ ଓ ସବୁଜ ଶକ୍ତି ଉପରେ ଆଧାରିତ ଉକ୍ତ ବିଜ୍ଞାପନ ଅଭିଯାନକୁ ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଛି। ଏପରିକି ପୃଥିବୀ ମାତାକୁ ଗ୍ରହଣ କରିବା, ନିଜ ଗ୍ରହକୁ ଭଲ ପାଇବା ଏବଂ ସବୁଜ ଓ ସ୍ବଚ୍ଛ ଶକ୍ତି ଆଡ଼କୁ ଅଗ୍ରସର ହେବା ଲାଗି ବିଜ୍ଞାପନରେ ବିଭିନ୍ନ ପ୍ରକାର ବାର୍ତ୍ତା ଦିଆଯାଇଛି।
ଏ ସମ୍ପର୍କରେ ଟାଟା ପାୱାରର ବ୍ରାଣ୍ଡ୍‌ ଆଣ୍ଡ୍‌ କମ୍ୟୁନିକେଶନ ମୁଖ୍ୟ ଜ୍ୟୋତି ବଂଶଲ କହିଛନ୍ତି, କପ-୨୮ରେ ବିଶ୍ବନେତାମାନେ ବିଭିନ୍ନ ଦିନ ଓ କ୍ଷେତ୍ର ଉପରେ ମାନସମନ୍ଥନ କରୁଥିବାରୁ ଏକ ସ୍ଥାୟୀ ଜୀବନଶୈଳୀ ଓ ସ୍ବଚ୍ଛ ଶକ୍ତି ସମାଧାନକୁ ଗ୍ରହଣ କରିବା ଲାଗି ଆମେ ସମସ୍ତଙ୍କୁ ଆହ୍ବାନ ଦେଉଛୁ। ବିଶେଷକରି ଗ୍ରହର ସୁରକ୍ଷା ଲାଗି ଆମ ସମସ୍ତଙ୍କୁ ପ୍ରହରୀରେ ପରିଣତ ହେବା ଲାଗି ଉକ୍ତ ଅଭିଯାନ ଜରିଆରେ ଲକ୍ଷ୍ୟ ରଖାଯାଇଛି ବୋଲି ବଂଶଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଉକ୍ତ ବିଜ୍ଞାପନର ଚିନ୍ତାଧାରାକୁ ଅଗ୍ରଣୀ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ରେଡିଫ୍ୟୁଜନ୍‌ ପକ୍ଷରୁ ନିର୍ମାଣ କରାଯାଇଛି। ସେହିଭଳି ରେଡିଫ୍ୟୁଜନ୍‌ର ଜାତୀୟ କ୍ରିଏଟିଭ ଡାଇରେକ୍ଟର ପ୍ରମୋଦ ଶର୍ମା କହିଛନ୍ତି, ସମ୍ପୂର୍ଣ୍ଣ ହୃଦୟରୁ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଛି। ଗ୍ରହ ଲାଗି ବ୍ୟକ୍ତିଗତ ସ୍ତରରେ ପଦକ୍ଷେପ ଜରୁରୀ ହୋଇପଡ଼ିଥିବା ବାର୍ତ୍ତାକୁ ବିଜ୍ଞାପନରେ ସୁନ୍ଦର ଭାବେ ବାର୍ତ୍ତା ପ୍ରଦାନ କରାଯାଇଛି। ଏଥିରେ ଉକ୍ତ ବାର୍ତ୍ତାକୁ ପୂରା ସିଧାସଳଖ ରଖାଯାଇଛି ବୋଲି ରେଡିଫ୍ୟୁଜନ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ୟାରୋଲ ଗୋଏଲ ମତବ୍ୟକ୍ତ କରିଛନ୍ତି।

Share