ବିଦ୍ୟୁତ୍‌ ବିଭ୍ରାଟ ନେଇ ଟାଟା ପାଓ୍ବାର କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ରଥଯାତ୍ରା ସମୟରେ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ରବିବାର ଟାଟା ପାଓ୍ବାର କାର୍ଯ୍ୟାଳୟକୁ ପୁରୁଣା ବଜାରବାସୀ ଘେରାଉ କରିଛନ୍ତି। ବାରମ୍ବାର ବିଦ୍ୟୁତ୍‌ କାଟ୍‌ ଓ ବିଭ୍ରାଟର କାରଣର ଜବାବ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମାଗିଛନ୍ତି। ସବୁଦିନ ଏଭଳି ଅଘୋଷିତ ବିଦ୍ୟୁତ୍‌ କାଟ୍‌ କରାଯାଉଥିବା ନେଇ ଅସନ୍ତୋଷ ଲାଗି ରହିଥିବା ବେଳେ ରଥଯାତ୍ରା ପରି ଗୁରୁତ୍ୱପୂର୍ଣ୍ଣ ସମୟରେ ଏଭଳି ବାରମ୍ବାର ବିଦ୍ୟୁତ୍‌ କାଟ୍‌ ଯୋଗୁ କାର୍ଯ୍ୟାଳୟ ଘେରାଉ କରିଛନ୍ତି।