ଟାଟା ମୋଟର୍ସର ଏହି ଦୁଇ କାରକୁ ସୁରକ୍ଷା ବର୍ଗରେ ମିଳିଲା ପ୍ରଥମ ବିଏନସିଏପି ଫାଇଭ ଷ୍ଟାର ମାର୍କ

ନୂଆଦିଲ୍ଲୀ,୧୯।୧୨: କେନ୍ଦ୍ର ସରକାରଙ୍କ ଭାରତ ନିଉ କାର୍ ଆସେସମେଣ୍ଟ ପ୍ରୋଗ୍ରାମ୍(ଭାରତ ଏନସିଏପି)ର ପ୍ରଥମ ପର୍ଯ୍ୟାୟ ସୁରକ୍ଷା ମାନଦଣ୍ଡ ପରୀକ୍ଷାରେ ଟାଟା ମୋଟର୍ସର ସଫାରୀ ଏବଂ ଟାଟା ହାରିଅରକୁ ମିଳିଛି ଫାଇଭ ଷ୍ଟାର ମାର୍କ।

ଭାରତରେ କାର୍ ଗୁଡିକର ସୁରକ୍ଷା ମାଣଦଣ୍ଡକୁ ମାପିବା ପାଇଁ ବିଏନସିଏପି ହେଉଛି ଏକ ଭାରତୀୟ ଟେକ୍ନୋଲୋଜି। ଏହା ବିଶ୍ୱ ସ୍ତରୀୟ ମାନକ ପାଇଁ ମାନଦଣ୍ଡ ହୋଇଛି ଏବଂ ଭାରତ ଏନସିଏପି ଯାନ ମୂଲ୍ୟାୟନ ବ୍ୟବସ୍ଥା ବାଧ୍ୟତାମୂଳକ ନିୟମାବଳୀ ବ୍ୟତୀତ ସଡକ ସୁରକ୍ଷା ଏବଂ ଯାନ ସୁରକ୍ଷା ମାନକୁ ଆଗକୁ ବଢାଇବା ପାଇଁ ଡିଜାଇନ୍ କରାଯାଇଛି ବୋଲି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି।

ବୁଧବାର ନିତିନ ଗଡକରୀ ଏକ ଟୁଇଟ କରି କହିଛନ୍ତି, “ମୁଁ ଆନନ୍ଦିତ ଯେ ଆଜି ଟାଟାର ଦୁଇ କାର ସର୍ବାଧିକ ସୁରକ୍ଷିତ ଅର୍ଥାତ ଫାଇଭ ଷ୍ଟାର ମାର୍କ ପାଇଛି। ଏହି ଅବସରରେ ମୁଁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କଳରିବା ସହିତ ସୁରକ୍ଷା ଦିଗରେ ସେମାନଙ୍କ ପ୍ରତିବଦ୍ଧତାକୁ ସମୃଦ୍ଧ କରିବା ପାଇଁ ଅଭିନନ୍ଦନ ଜଣାଉଛି।”

ଟାଟା ସଫାରୀ ଏବଂ ହାରିଅରରେ ଥିବା ପ୍ରମୁଖ ସୁରକ୍ଷା ଉପାଦାନ ଗୁଡ଼ିକ ହେଉଛି।

  • ୭ଟି ଏୟାରବ୍ୟାଗ ରହିଛି ଯେତେବେଲେକି ମାନଦଣ୍ଡ ପାଇଁ ୬ ଟି ଆବଶ୍ୟକ।
  • ମାନଦଣ୍ଡ ଅନୁଯାୟୀ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ।
  • ସମସ୍ତ ଧାଡିରେ ୩-ପଏଣ୍ଟ୍ ସିଟ୍ ବେଲ୍ଟ।
  • ସମସ୍ତ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ସତର୍କ ସୂଚନା।
  • ଆଇସୋଫିକ୍ସ ଟେଥର୍ସ।
  • ସିଟ୍ ବେଲ୍ଟ ସହିତ ରିଟ୍ରାକ୍ଟର, ପ୍ରିଟେନସର୍, ଲୋଡ୍ ଲିମିଟର ଏବଂ ଆଙ୍କର୍ ପ୍ରିଟେନ୍ସର।
  • ସମୃଦ୍ଧ କ୍ୟାବିନ ସଂରଚନା ସମୃଦ୍ଧ କ୍ରାସ୍ କାର୍ୟ୍ୟଦକ୍ଷତା ଏବଂ ଯାହା ଗାଡିକୁ ସ୍ଥିରତା ପ୍ରଦାନ କରିବ।
Share