ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ଅଧ୍ୟକ୍ଷ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଶିଳ୍ପ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଟାଟା ସନ୍ସ ଅଧ୍ୟକ୍ଷଙ୍କୁ କହିଛନ୍ତି। ଟାଟା ଷ୍ଟିଲ୍‌ ସମେତ ଓଡ଼ିଶାରେ ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ବିଷୟରେ ଉଭୟ ଆଲୋଚନା କରିଥିଲେ। ଭୁବନେଶ୍ୱର ସେଣ୍ଟରରେ ଟିସିଏସ୍‌ ତା’ର କ୍ଷମତା ୧୫ ହଜାରକୁ ବୃଦ୍ଧି କରିବ ବୋଲି ସୂଚନା ଦେଇଛି। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଏବଂ ଟାଟା ଷ୍ଟିଲ୍‌ ଏମ୍‌ଡି ଟି.ଭି. ନରେନ୍ଦ୍ରନ ଉପସ୍ଥିତ ଥିଲେ।

Share