Categories: ଜାତୀୟ

ଏୟାର ଇଣ୍ଡିଆର ନୂଆ ‘ମହାରାଜା’ ହେବ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ,୧।୧୦: ସରକାରୀ ବିମାନ ଏୟାର ଇଣ୍ଡିଆକୁ ଏଣିକି ଟାଟା ଗ୍ରୁପ୍‌ ନିୟନ୍ତ୍ରଣକୁ ଆସିଛି। ଏୟାର ଇଣ୍ଡିଆର ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍‌ ସବୁଠୁ ଅଧିକ ଟଙ୍କା ଦେଇ ଏହାକୁ କିଣି ନେଇଛି। ଏୟାର ଇଣ୍ଡିଆ କିଣିବା ପାଇଁ ଟାଟା ଗ୍ରୁପ୍‌ ଏବଂ ସ୍ପାଇସ୍‌ ଜେଟ୍‌ର ଅଜୟ ସିଂ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିଲା। ସରକାର ଦ୍ୱିତୀୟ ଥର ଏୟାର ଇଣ୍ଡିଆରେ ନିଜର ଅଂଶଧନ ବିକ୍ରୟ କରିବାକୁ ଚେଷ୍ଟା କରୁଛନ୍ତି। ଏହାପୂର୍ବରୁ ୨୦୧୮ରେ ସରକାର କମ୍ପାନୀର ୭୬ ପ୍ରତିଶତ ଅଂଶଧନ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏଥିପାଇଁ କୌଣସି ପ୍ରତିକ୍ରିୟା ମିଳି ନ ଥିଲା। ଏୟାର ଇଣ୍ଡିଆ ପାଇଁ ସରକାର ଆର୍ଥିକ ଟେଣ୍ଡର ମାଗିଥିଲେ। ଚଳିତି ଆର୍ଥିକ ବର୍ଷରେ ଏହି ରାଷ୍ଟ୍ରାୟତ୍ତ ବିମାନକୁ ଘରୋଇକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Share