Categories: ଜାତୀୟ

ଟାଟାର ହେଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୮ ।୧୦: ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ ହେବେ । ୧୮,୦୦୦କୋଟି ଡାକରେ ଟାଟା ଏହି ସରକାରୀ ଏୟାର ଲାଇନ୍ସକୁ କିଣି ନେଇଛି । ଟାଟା ଏହି ରେସରେ ସ୍ପାଇସ ଜେଟର ଅଜୟ ସିଂହଙ୍କୁ ପଛରେ ପକାଇ ଦେଇଛନ୍ତି । ଏହାସହ ଏବେ ଟାଟା ନିକଟରେ ଦେଶର ୩ଟି ଏୟାର ଲାଇନ୍ସ ରହିବ । ସୂଚନାଯୋଗ୍ୟ, ଗତ ସପ୍ତାହରେ ଖବର ଆସିଥିଲା କି ଦୀର୍ଘ ୬୮ ବର୍ଷ ପରେ ଏୟାର ଇଣ୍ଡିଆ ପୁଣିଥରେ ଟାଟା ଗ୍ରୁପ ନିକଟକୁ ଫେରିପାରେ । ହେଲେ ଡିଆଇପିଏଏମ୍‌ର ସଚିବଙ୍କ ପକ୍ଷରୁ ସରକାରୀ ଭାବେ କରାଯାଇଥିବା ଟୁଇଟରେ ଏହାକୁ ଖଣ୍ଡନ କରାଯାଇଥିଲା । ପରେ ବାଣିଜ୍ୟ ଓ ଉଦ୍ଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ଦୁବଇରେ ଏକ କନଫରେନ୍ସର ଉଚିତ ସମୟ ଆସିଲେ ଏୟାର ଇଣ୍ଡିଆର ନୂଆ ମାଲିକଙ୍କ ନାଁ ଘୋଷଣା କରିବେ ବୋଲି କହିଥିଲେ ।

Share