Categories: ବାଣିଜ୍ୟ

୧୮ତମ ସୁରକ୍ଷା ସମ୍ମିଳନୀରେ ଟାଟା ଷ୍ଟିଲ୍‌ ପୁରସ୍କୃତ

ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ପୂର୍ବାଞ୍ଚଳ ଶାଖା ପକ୍ଷରୁ କୋଲକାତାଠାରେ ଆୟୋଜିତ ୧୮ତମ ସୁରକ୍ଷା ସମ୍ମିଳନୀରେ ଟାଟା ଷ୍ଟିଲ୍‌ ପୁରସ୍କୃତ ହୋଇଛି। ଏପରିକି କମ୍ପାନୀର ଫେରୋ ଆଲଏଜ୍‌ ଆଣ୍ଡ୍‌ ମିନେରାଲ୍‌ ଡିଭିଜନ (ଏଫ୍‌ଏଏମ୍‌ଡି) କୁ ତିନୋଟି ପୁରସ୍କାର ପ୍ରଦାନ କରାଯାଇଛି। ଖଣି ବର୍ଗରେ କମ୍ପାନୀର କେନ୍ଦୁଝର ଜିଲା ଯୋଡ଼ାଠାରେ ଥିବା ଯୋଡ଼ା ୱେଷ୍ଟ ଆଇରନ୍‌ ଆଣ୍ଡ ମାଙ୍ଗାନିଜ ମାଇନ୍‌ ଆଞ୍ଚଳିକ ଫାଇନାଲ ବିଜେତା ହୋଇଥିବାବେଳେ ଗଞ୍ଜାମ ଜିଲାର ଗୋପାଳପୁରଠାରେ ଥିବା ଫେରୋ ଆଲଏଜ୍‌ ପ୍ଲାଣ୍ଟକୁ ଲାର୍ଜ-ସ୍କେଲ୍‌ ମାନୁଫାକ୍ଚରିଂ ବର୍ଗରେ ପ୍ରଥମ ରନର୍ସ ଅପ୍‌ ଏବଂ ଯାଜପୁର ଜିଲା ସୁକିନ୍ଦାଠାରେ ଥିବା ସାରୁଆବିଲ କ୍ରୋମାଇଟ୍‌ ଖଣି ଦ୍ୱିତୀୟ ରନର୍ସ ଅପ୍‌ ପୁରସ୍କାର ହାସଲ କରିଛି। ଏହି ଜାତୀୟ ସମ୍ମିଳନୀରେ କମ୍ପାନୀର ଫେରୋ ଆଲଏଜ୍‌ ଓ ମିନେରାଲ୍‌ ଡିଭିଜନ ଦ୍ୱାରା ପରିଚାଳିତ ଖଣି ଓ ଫେରୋ ଆଲଏଜ୍‌ କାରଖାନାକୁ ମିଳିଥିବା ସଫଳତା ଅତ୍ୟାଧୁନିକ ଡିଜିଟାଲ୍‌ ସମାଧାନ କାର୍ଯ୍ୟକାରୀ କରିବା ଓ ନିଜ ପରିଚାଳନା କ୍ଷେତ୍ରରେ ସୁରକ୍ଷାର ସର୍ବୋଚ୍ଚ ମାନକ ବଜାୟ ରଖିବା ପାଇଁ ଟାଟା ଷ୍ଟିଲ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି।

Share