ଟାଟା ଷ୍ଟିଲ୍‌ ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା

ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଶିଳ୍ପସଂସ୍ଥା ଟାଟା ଷ୍ଟିଲ୍‌କୁ ନିକଟରେ ଭାରତର ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଣ୍ଡ୍‌ଷ୍ଟାଡ୍‌ ଏମ୍ପ୍ଲୟର ବ୍ରାଣ୍ଡ୍‌ ରିସର୍ଚ୍ଚ (ଆର୍‌ଇବିଆର୍‌)-୨୦୨୩ ସୂଚନା ଅନୁସାରେ ଟାଟା ଷ୍ଟିଲ୍‌ ଭାରତର ଶ୍ରେଷ୍ଠ-୩ କମ୍ପାନୀ ମଧ୍ୟରେ ସ୍ଥାନ ପାଇଛି, ଯାହା କର୍ମଚାରୀମାନଙ୍କ ବିଶ୍ୱାସ, ଅଭିବୃଦ୍ଧି ଓ ଯତ୍ନର ସଂସ୍କୃତି ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏପରିକି ଆର୍‌ଇବିଆର୍‌ ୨୦୨୨ ସୂଚୀ ଅନୁସାରେ ଟାଟା ଷ୍ଟିଲ୍‌ ଶ୍ରେଷ୍ଠ-୧୦ ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତା ମଧ୍ୟରେ ସ୍ଥାନ ପାଇଥିଲା। ଚଳିତ ବର୍ଷର ସର୍ବେକ୍ଷଣରେ ବିଶ୍ୱର ୩୨ବଜାରକୁ ସାମିଲ କରାଯାଇଥିଲା ଓ ଏଥିରେ ୧,୬୩,୦୦୦ଲୋକ ଅଂଶଗ୍ରହଣ କରିଥିଲେ। ବିଶେଷକରି ନିଯୁକ୍ତିଦାତା ଚୟନ ବେଳେ ଭାରତୀୟ କର୍ମଚାରୀମାନେ କର୍ମ-ଜୀବନ ସନ୍ତୁଳନ, ଭଲ ଲୋକପ୍ରିୟତା ଓ ଆକର୍ଷଣୀୟ ବେତନ ଓ ସୁବିଧା ସୁଯୋଗକୁ ଗୁରୁତ୍ୱ ଦେଉଥିବା ଜଣାପଡ଼ିଥିଲା।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଉପସଭାପତି (ମାନବ ସମ୍ବଳ ପରିଚାଳନା) ଅତ୍ରାୟୀ ସାନ୍ୟାଲ କହିଛନ୍ତି, ରାଣ୍ଡ୍‌ଷ୍ଟାଡ୍‌ ଏମ୍ପ୍ଲୟର ବ୍ରାଣ୍ଡ୍‌ ରିସର୍ଚ୍ଚ ୨୦୨୩ ସୂଚନା ଅନୁସାରେ ଭାରତର ୩ ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତାଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ଆମେ ବେଶ୍‌ ଉତ୍ସାହିତ । ଏପରିକି ଟାଟା ଷ୍ଟିଲ୍‌ରେ ଆମେ ଏକ ଆକର୍ଷଣୀୟ କର୍ମଚାରୀ ମୂଲ୍ୟ ଉପସ୍ଥାପନା ସୃଷ୍ଟି କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ ଆଗକୁ ବଢ଼ାଉଥିବା ଏକ ଅନ୍ତର୍ଭୁକ୍ତୀକରଣ ବିକାଶ କରିବାକୁ ଗୁରୁତ୍ୱ ଦେଉଛୁ। ଏହି ସମ୍ମାନ ଆମକୁ ଆମ ପ୍ରତିଭାବାନ କର୍ମଚାରୀଙ୍କଠାରେ ନିବେଶ କରିବା ଲାଗି ଅନୁପ୍ରାଣିତ କରିଥିବା ବେଳେ ଏକ ଅଗ୍ରଣୀ ବ୍ରାଣ୍ଡ୍‌ ଭାବେ ଆମ ସ୍ଥିତିକୁ ସୁଦୃଢ଼ କରିଛି, ଯାହା ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବ। କର୍ମଚାରୀମାନଙ୍କୁ ଏକ ଉଲ୍ଲେଖନୀୟ ପେସାଦାର ଯାତ୍ରା ଓ ଉନ୍ନତ ବ୍ୟକ୍ତିଗତ ଜୀବନ ପ୍ରଦାନ କରିବାକୁ ଟାଟା ଷ୍ଟିଲ୍‌ ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri