Categories: ବାଣିଜ୍ୟ

୮ମିଲିୟନ ଟନ୍‌କୁ ବୃଦ୍ଧିହେବ ଟାଟା ଷ୍ଟିଲ୍‌ କଳିଙ୍ଗନଗର

ଭୁବନେଶ୍ୱର, ୧୮।୧୧: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ‘ଟାଟା ଷ୍ଟିଲ’ (ଟାଟା ଗ୍ରୁପ୍‌)ର ଓଡ଼ିଶା ୟୁନିଟ୍‌ ଟାଟା ଷ୍ଟିଲ୍‌ କଳିଙ୍ଗନଗର ୟୁନିଟ୍‌ ପରିଚାଳନାର ଉଲ୍ଲେଖନୀୟ ୮ମ ବାର୍ଷିକ (୮ମ ବର୍ଷ) ପୂରଣ କରିଛି। ବିଶେଷକରି ୨୦୧୫ ନଭେମ୍ବର ୧୮ରେ ଟାଟା ଷ୍ଟିଲ୍‌ ଯାଜପୁର ଜିଲାର କଳିଙ୍ଗନଗରଠାରେ ଭାରତର ସର୍ବବୃହତ୍‌ ଗ୍ରୀନ୍‌ଫିଲ୍ଡ ପ୍ଲାଣ୍ଟକୁ ରାଜ୍ୟ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲା। ଏପରିକି ଟାଟା ଷ୍ଟିଲ୍‌ କଳିଙ୍ଗନଗର ୟୁନିଟ୍‌ ରାଜ୍ୟର ନିରନ୍ତର ଶିଳ୍ପ ଅଭିବୃଦ୍ଧି, ବୈଷୟିକ ଜ୍ଞାନକୌଶଳ ଓ ଗୋଷ୍ଠୀ ବିକାଶର ଏକ ପରିବର୍ତ୍ତନଶୀଳ ଦିଗରେ ଗତିଶୀଳ ହେଉଛି। ଉଲ୍ଲେଖଯୋଗ୍ୟ, ୨୦୨୫-୨୬ ଆର୍ଥତ୍କ ବର୍ଷ ସୁଦ୍ଧା ଏହାର ବର୍ତ୍ତମାନର କ୍ଷମତା ୩ ମିଲିୟନ ଟନ୍‌ରୁ ୮ମିଲିୟନ ଟନକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଶେଷକରି ଧୂଳିକଣାର ପରିଚାଳନା ପାଇଁ ଅଭିନବ ବ୍ୟାଗ୍‌ ହାଉସ ଏବଂ କଠିନ ପଥରକୁ ଠିକ୍‌ ଭାବେ ପରିଚାଳନା କରିବା ପାଇଁ ଡିଜାଇନ କରାଯାଇଥିବା ଟ୍ରାଭେଲିଂ ଗ୍ରେଟ୍‌ ଫର୍ନେସ୍‌ ସହ ପେଲେଟ୍‌ ପ୍ଲାଣ୍ଟ ଉନ୍ନତ ପରିଚାଳନା ଦକ୍ଷତା ଏବଂ ପରିବେଶ ଦାୟିତ୍ୱ ଦିଗରେ ପ୍ଲାଣ୍ଟର ଅଭିଯାନକୁ ପ୍ରତିଫଳିତ କରୁଛି। ଅପରପକ୍ଷରେ ଓଡ଼ିଶାର ଉର୍ବର ଭୂମି ସହ ଯୋଡ଼ିହୋଇ ରହିଥିବା ଏବଂ ଟାଟା ଗ୍ରୁପ୍‌ର ଦୃଷ୍ଟିକୋଣ ଅନୁସାରେ ପରିଚାଳିତ ହେଉଥିବା ଏହି ଐତିହାସିକ ପ୍ରକଳ୍ପର ଯାତ୍ରା ୨୦୦୪ରେ ଆରମ୍ଭ ହୋଇଥିଲା।

Share