Categories: ବାଣିଜ୍ୟ

ଫିମି ପକ୍ଷରୁ ଟାଟା ଷ୍ଟିଲ ମାଇନିଂ ସମ୍ମାନିତ

ଭୁବନେଶ୍ୱର,୫।୯: ଫେଡରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ମାଇନିଂ ଇଣ୍ଡଷ୍ଟ୍ରିଜ (ଫିମି) ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍‌ ଖଣିକୁ ଅଭିରାଜ ବାଲଡୋଟା ପରିବେଶ ପୁରସ୍କାରରେ ସମ୍ମାନିତ କରାଯାଇଛି। ବିଶେଷକରି ପରିବେଶ ଓ ପ୍ରାକୃତିକ ସଂସାଧନର ସଂରକ୍ଷଣ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶର ଜାତୀୟ ଲକ୍ଷ୍ୟରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସୁକିନ୍ଦା କ୍ରୋମାଇଟ୍‌ ଖଣିକୁ ଅଭିରାଜ ବାଲଡୋଟା ପରିବେଶ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲର କର୍ପୋରେଟ୍‌ ଆଫେୟାର୍ସ ବିଭାଗୀୟ ମୁଖ୍ୟ ମନୀଷ ମିଶ୍ର ଓ ରେଗୁଲେଟୋରି ଆଫେୟାର୍ସ ବିଭାଗୀୟ ମୁଖ୍ୟ ଅଙ୍କନ ମିତ୍ର ଉପରୋକ୍ତ ପୁରସ୍କାର ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଟାଟା ଷ୍ଟିଲ ମାଇନିଂରେ ଆମେ ଶକ୍ତି ସଞ୍ଚୟ, ଜଳ ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା, ସାଂସ୍କୃତିକ ପରମ୍ପରା ଏବଂ ଦୀର୍ଘସ୍ଥାୟିତ୍ୱର ଅନ୍ୟ ଦିଗରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରିଥାଉ। ଆମର କର୍ମଚାରୀମାନେ ଏହି ପ୍ରକ୍ରିୟାର ମୁଖ୍ୟ ଧାରାରେ ଥିବାବେଳେ ଆମ କାର୍ଯ୍ୟକ୍ଷେତ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ଏହି ଲକ୍ଷ୍ୟ ହାସଲ ପାଇଁ ଆମକୁ ସହାୟତା କରିଥାନ୍ତି।

Share