Categories: ବାଣିଜ୍ୟ

ଟିସିଏସ ପରେ ଟାଟା ଷ୍ଟିଲର ବଡ଼ କାର୍ଯ୍ୟାନୁଷ୍ଠାନ, କମ୍ପାନୀରୁ ବିଦା ହେଲେ ୩୮ କର୍ମଚାରୀ

ନୂଆଦିଲ୍ଲୀ,୬।୭: ଟିସିଏସ ପରେ ଟାଟା ଷ୍ଟିଲ ମଧ୍ୟ କମ୍ପାନୀର ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ୩୮ କର୍ମଚାରୀଙ୍କୁ ବରଖାସ୍ତ କରିଛି। ଟାଟା ଷ୍ଟିଲ ଚେୟାରମ୍ୟାନ ଏନ୍‌. ଚନ୍ଦ୍ରଶେଖରନ କମ୍ପାନୀର ଏଜିଏମ୍‌ରେ ଏହି ସୂଚନା ଦେଇଛନ୍ତି। ପଦବୀର ଅପବ୍ୟବହାର, ବ୍ୟକ୍ତିଗତ ଲାଭ ପାଇଁ ନିଷ୍ପତ୍ତି ନେବା ଏବଂ କଟ୍ରାକ୍ଟ ମ୍ୟାନେଜମେଣ୍ଟ ଏଗ୍ରିମେଣ୍ଟକୁ ଉଲ୍ଲଂଘନ କରିଥିବାରୁ ଏହି କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କମ୍ପାନୀ ଏହି କର୍ମଚାରୀଙ୍କ ବିରୋଧରେ ହ୍ବିସଲ ବ୍ଲୋୟରରୁ ଅଭିଯୋଗ ଗ୍ରହଣ କରିଥିଲା। ଏହି ୩୮ କର୍ମଚାରୀଙ୍କ ମଧ୍ୟରୁ ୩୫ଜଣଙ୍କୁ ଅନୈତିକ ଅଭ୍ୟାସ ପାଇଁ ଏବଂ ତିନିଜଣଙ୍କୁ ଦୁର୍ବ୍ୟବହାର ପାଇଁ ନିଲମ୍ବିତ ହୋଇଛନ୍ତି। ଏନ୍‌. ଚନ୍ଦ୍ରଶେଖରନ କହିଛନ୍ତି ଯେ, ଗତ ଆର୍ଥିକ ବର୍ଷରେ ୨୦୨୨-୨୩ରେ ଟାଟା ଷ୍ଟିଲକୁ ୮୭୫ଟି ଅଭିଯୋଗ ଆସିଛି। ଯେଉଁଥିରେ ୧୫୮ ଜଣ ହ୍ବିସଲ ବ୍ଲୋୟରରୁ, ୪୮ଟି ସୁରକ୍ଷା ସହ ଜଡିତ, ୬୬୯ଟି ଏଚ୍‌ଆର ସହ ଜଡିତ ଏବଂ କିଛି ଅଭିଯୋଗ ଆଚରଣ ସହ ଜଡିତ ଥିଲା। ଏନ୍‌. ଚନ୍ଦ୍ରଶେଖରନ କହିଛନ୍ତି ଯେ, ଅଧିକ ଅଭିଯୋଗ ପାଇବା ଭୁଲ ନୁହେଁ କାରଣ ଏହା କମ୍ପାନୀର ଖୋଲା ସଂସ୍କୃତିକୁ ଦର୍ଶାଉଛି।

Share