ଛଟେଇ କରିବ ଟାଟା ଷ୍ଟିଲ୍, ଏତିକି କର୍ମଚାରୀ ହରାଇ ପାରନ୍ତି ନିଯୁକ୍ତି

ନୂଆଦିଲ୍ଲୀ, ୧୩ା୧୧: ଟାଟା ସମୂହର ଷ୍ଟିଲ କମ୍ପାନୀ ଟାଟା ଷ୍ଟିଲ ନେଦରଲ୍ୟାଣ୍ଡ୍ସରେ ଥିବା ଏହାର ପ୍ଲାଣ୍ଟରୁ ୮୦୦ କର୍ମଚାରୀ ଛଟେଇ କରିବାକୁ ଯାଉଛି। ଆମଷ୍ଟରଡାମଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ପ୍ରାୟ ୯୨୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ରିଉଟର୍ସ ରିପୋର୍ଟ ଅନୁଯାୟୀ, ଟାଟା ଷ୍ଟିଲର ଡଚ୍ ୟୁନିଟ୍ ଏହାର ବିବୃତ୍ତିରେ କହିଛି ଯେ ବଜାରରେ ନିଜର ସ୍ଥିତିକୁ ସୁଦୃଢ କରିବା ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ କମ୍ପାନୀ ଅନେକ ଉଦ୍ୟମ କରିଛି। କିନ୍ତୁ ଏସବୁ ଦିଗରେ ଅଧିକ କାର୍ଯ୍ୟ କରିବା ଆବଶ୍ୟକ। କମ୍ପାନୀ କହିଛି ଯେ ସ୍ୱଚ୍ଛ ପରିବେଶ ଦୃଷ୍ଟିରୁ ପରିବର୍ତ୍ତନ ପାଇଁ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ କରାଯାଇଛି ଏବଂ ଆଗାମୀ ଦିନରେ ଅଧିକ ପୁଞ୍ଜି ବିନିଯୋଗ କରାଯିବ।

ତେବେ ଡଚ ୟୁନିଟରେ ଋଷ୍ଟ୍ରକ୍ଚରିଂର ପ୍ରଭାବ ମ୍ୟାନେଜର ଏବଂ ସହଯୋଗୀ କର୍ମଚାରୀ ମାନଙ୍କ ଉପରେ ପଡିବ। ଟାଟାର ଏହି କମ୍ପାନୀ ନେଦରଲ୍ୟାଣ୍ଡ୍ସରେ ୭ ପ୍ରତିଶତ ସିଓ୨ ଏମିସନ ବାୟୁମଣ୍ଡଳକୁ ଛାଡ଼ିଥାଏ। ଯେଉଁଥିପାଇଁ ଦେଶରେ ଏହା ସବୁଠୁ ଅଧିକ ପ୍ରଦୂଷଣ କରୁଥିବା କମ୍ପାନୀରେ ପରିଣତ ହୋଇଛି। ନେଦରଲ୍ୟାଣ୍ଡ୍ସରେ ଟାଟା ଷ୍ଟିଲ ସରକାରଙ୍କ ସହିତ ମିଶି ଷ୍ଟିଲ ପ୍ରସ୍ତୁତ କରିବା ପାଇଁ ଗ୍ରିନେରୀ ଉପାୟକୁ ଯିବା ପାଇଁ କାର୍ଯ୍ୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଏହା ଉପରେ କୌଣସି ଚୁକ୍ତି ହୋଇପାରି ନାହିଁ, ଯାହା ଟାଟା ଷ୍ଟିଲକୁ ଆବଶ୍ୟକତା ରହିଛି।

Share