Categories: ବାଣିଜ୍ୟ

ଲିଡ୍‌ଆଇଟି ଅଭିଯାନରେ ଟାଟା ଷ୍ଟିଲ୍‌ ସାମିଲ

ଭୁବନେଶ୍ୱର,୧୩।୭: ଅନ୍ତଃରାଷ୍ଟ୍ରୀୟ ପ୍ରତିଷ୍ଠାନ ତଥା ଜାତିସଂଘର ସ୍ବତନ୍ତ୍ର ‘ଲିଡରଶିପ୍‌ ଗ୍ରୁପ୍‌ ଫର ଇଣ୍ଡଷ୍ଟ୍ରି ଟ୍ରାଞ୍ଜିସନ’(ଲିଡ୍‌ଆଇଟି) ଅଭିଯାନରେ ଟାଟା ଷ୍ଟିଲ ସାମିଲ୍‌ ହୋଇଛି। ବିଶେଷ କରି ଭାରି ଶିଳ୍ପରେ ନେଟ୍‌ ଜିରୋ ନିର୍ଗମନ ପାଇଁ ଉଦ୍ୟମ କରୁଥିବା ରାଷ୍ଟ୍ର ଓ କମ୍ପାନୀଗୁଡ଼ିକ ସହ ଟାଟା ଷ୍ଟିଲ୍‌ ଉକ୍ତ ଅଭିଯାନ ଜରିଆରେ ସହଭାଗିତା ସ୍ଥାପନ କରିବ। ଉଲ୍ଲେଖଯୋଗ୍ୟ, ୨୦୧୯ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ଜାତିସଂଘର ଜଳବାୟୁ ପଦକ୍ଷେପ ସମ୍ମେଳନ ଅବସରରେ ସଇଡେନ୍‌ ଓ ଭାରତର ମିଳିତ ସହଯୋଗରେ ଲିଡ୍‌ଆଇଟି ସୃଷ୍ଟି ହୋଇଥିଲା ଏବଂ ବିଶ୍ୱ ଅର୍ଥନୈତିକ ଫୋରମ୍‌ର ସମର୍ଥନ ମଧ୍ୟ ଏହାକୁ ରହିଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଉପସଭାପତି (ପ୍ରଯୁକ୍ତି,ଗବେଷଣା ଓ ବିକାଶ)ଡ. ଦେବାଶିଷ ଭଟ୍ଟାଚାର୍ଜୀ କହିଛନ୍ତି, ଲିଡ୍‌ଆଇଟିରେ ସଦସ୍ୟତା ଆମକୁ କାର୍ବନ ନିଉଟ୍ରାଲିଟି କ୍ଷେତ୍ରରେ ବେଶ ସାହାଯ୍ୟ ଓ ଆମ ଉଦ୍ୟମକୁ ତ୍ୱରାନ୍ବିତ କରିବା ଲାଗି ଉଲ୍ଳେଖନୀୟ ସୁଯୋଗ ପ୍ରଦାନ କରିବ। ଏହି ଯାତ୍ରାରେ ନିଷ୍ପତ୍ତି ଗ୍ରହଣ କରିବାକୁ ଆମେ ସହୃଦୟତାର ସହିତ ପ୍ରତିବଦ୍ଧ ରହିଛୁ, ଯାହା ଆମେ ଗ୍ରହଣ ଓ କାର୍ଯ୍ୟକାରୀ କରିଥିବା କାର୍ବନ ନେଗେଟିଭ୍‌ ପ୍ରଯୁକ୍ତି ଯଥା କୋଲ୍‌ ବେଡ୍‌ ମିଥେନ୍‌ (ସିବିଏମ୍‌) ଇଞ୍ଜେକ୍ସନ, ବ୍ଲାଷ୍ଟ୍‌ ଫର୍ଣ୍ଣେସ୍‌ରେ ହାଇଡ୍ରୋଜେନ୍‌ର ବ୍ୟବହାର ଏବଂ କାର୍ବନ କ୍ୟାପ୍ଚର୍‌ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବା ଆଦିରେ ପ୍ରତିଫଳିତ ହୋଇଛି। ଲିଡ୍‌ଆଇଟି ସହ ଯୋଡ଼ି ହେବା ଦ୍ୱାରା ଶ୍ରେଷ୍ଠ ପ୍ରଥା,ପ୍ରଭାବଶାଳୀ ନୀତିର ପ୍ରଚାରପ୍ରସାର କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଆମକୁ ମିଳିଥିବା ବେଳେ ଆମେ ନିଜ ଜଳବାୟୁ ପଦକ୍ଷେପରେ ଉନ୍ନତି ଆଣିପାରିବୁ।

Share