Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌ର ୨ୟ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨।୧୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ‘ଟାଟା ଷ୍ଟିଲ୍‌’ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା କମ୍ପାନୀ କାରବାର ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ମଧ୍ୟରେ କମ୍ପାନୀର ରାଜସ୍ବ ୫୫,୬୮୨ କୋଟି ଟଙ୍କା ହୋଇଥିବା ବେଳେ ଭାରତୀୟ ବ୍ୟବସାୟର ମାର୍ଜିନ ୨୦% ଅଧିକ ରହିଛି ଏବଂ ଇବିଆଇଟିଡିଏ ୬,୮୪୧ କୋଟି ଟଙ୍କା ହୋଇଛି।

ସେହିଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କମ୍ପାନୀର ରାଜସ୍ବ ୧,୧୫,୧୭୨ କୋଟି ଟଙ୍କା ରହିଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି.ଭି. ନରେନ୍ଦ୍ରନ କହିଛନ୍ତି, ପ୍ରାୟ ୫ ନିୟୁତ ଟନ୍‌ ଅଶୋଧିତ ଇସ୍ପାତ ଉପତ୍ାଦନ ସହ କମ୍ପାନୀ (ଟାଟା ଷ୍ଟିଲ୍‌ ଇଣ୍ଡିଆ) ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ଅସ୍ଥିରତା ଓ ଋତୁଭିତ୍ତିକ ବିଷୟ ସତ୍ତ୍ୱେ ଘରୋଇ ଡେଲିଭରି ବର୍ଷକୁ ବର୍ଷ ଭିତ୍ତିରେ ୬% ବୃଦ୍ଧି ପାଇଥିଲାବେଳେ ୨ୟ ତ୍ରୈମାସିକରେ ଅଟୋ, ବ୍ରାଣ୍ଡେଡ୍‌ ଉପତ୍ାଦ ଓ ରିଟେଲ୍‌ ବିକ୍ରି ବହୁତ ଭଲ ରହିଛି।

ସେହିଭଳି କମ୍ପାନୀର କଳିଙ୍ଗନଗର ସିଆର୍‌ଏମ୍‌ କମ୍ପ୍ଲେକ୍ସରେ ଏଫ୍‌ଏଚ୍‌ସିଆର୍‌ କଏଲ୍‌ ଉପତ୍ାଦନ ଆରମ୍ଭ କରାଯାଇଥିବା ବେଳେ କମ୍ପାନୀ କୋଲ୍‌ଡ ରୋଲ୍‌ଡ ଷ୍ଟିଲ୍‌ ପାଇଁ ଅଟୋମେଟିଭ୍‌ ଓଇଏମ୍‌ଙ୍କଠାରୁ ଅନୁମୋଦନ ମିଳିବା ଆରମ୍ଭ ହୋଇଛି। ଏପରିକି ଆମର ଦୃଢ଼ ବଣ୍ଟନ ନେଟ୍‌ୱର୍କ ଜରିଆରେ ଗୃହ ନିର୍ମାତାଙ୍କ ରିଟେଲ୍‌ ବିକ୍ରି ବୃଦ୍ଧି ଜାରି ରହିଛି, ଇ-କମର୍ସ ପ୍ଲାଟ୍‌ଫର୍ମ ଟାଟା ଷ୍ଟିଲ୍‌ ଆସିଆନା ପ୍ରତି ମାସରେ ୧୦,୦୦୦ ସ୍ବତନ୍ତ୍ର ଗ୍ରାହକଙ୍କକୁ ସେବା ପ୍ରଦାନ କରୁଛି।

Share