Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୭।୪: ଟାଟା ଷ୍ଟିଲ୍‌ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ତ୍ରୈ ମାସିକରେ କମ୍ପାନୀ ସର୍ବାଧିକ ୧୯.୯ ନିୟୁତ ଟନ୍‌ର ଅଶୋଧିତ ଇସ୍ପାତ ଉପତ୍ାଦନ ସହ ବାର୍ଷିକ ଭିତିରେ ୪% ଅଭିବୃଦ୍ଧି ହାସଲ କରିଛି। ବିଶେଷ କରି କଂପାନି ତା’ର ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ଉପତ୍ାଦନକୁ ମଧ୍ୟ ବଢ଼ାଇଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକରେ ଅଶୋଧିତ ଇସ୍ପାତ ଉପତ୍ାଦନ ତ୍ରୈମାସିକ ଭିତିରେ ୩% ବୃଦ୍ଧି ପାଇ ୫.୧୫ ନିୟୁତ ଟନ୍‌ ରହିଥିଲା। ଆର୍ଥିକ ବର୍ଷରେ ଅସ୍ଥିର ପରିଚାଳନା ପରିବେଶ ସତ୍ୱେ ଟାଟା ଷ୍ଟିଲ୍‌ର ଡେଲିଭରି ୩% ବୃଦ୍ଧି ପାଇ ପୂର୍ବରୁ ୨୦୨୧-୨୨ ଆର୍ଥିକ ବର୍ଷରେ ହାସଲ କରାଯାଇଥିବା ଶ୍ରେଷ୍ଠ ରେକର୍ଡକୁ ଅତିକ୍ରମ କରିଛି। ଅପରପକ୍ଷରେ ଦେଶ ଭିତରେ ଡେଲିଭରି ବର୍ଷକୁ ବର୍ଷ ଭିତରେ ୧୦% ବୃଦ୍ଧି ପାଇଛି। ଏପରିକି ତ୍ରୈମାସିକ ଭିତିରେ ୪ର୍ଥ ତ୍ରୈମାସିକରେ ଡେଲିଭରି ୯% ବୃଦ୍ଧି ପାଇ ୫.୧୫ ନିୟୁତ ଟନ୍‌ ହୋଇଛି, ଯାହା କଂପାନିର ସର୍ବକାଳୀନ ସର୍ବୋଚ୍ଚ ତ୍ରୈମାସିକ ଡେଲିଭରି। ୨୦୨୨-୨୩ ଆର୍ଥିକ ବର୍ଷରେ ଅଟୋମୋଟିଭ୍‌ ଓ ସ୍ବତବ ଉପତ୍ାଦ ଡେଲିଭରି ୫% ବୃଦ୍ଧି ପାଇ ୨.୭ ନିୟୁତ ଟନ୍‌ ହୋଇଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟିଭି ନରେନ୍ଦ୍ରନ୍‌ କହିଛନ୍ତି, ଏକ ଆହ୍ବାନପୂର୍ଣ୍ଣ ପରିବେଶ ସତ୍ୱେ ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀ ରେକର୍ଡ ଭଙ୍ଗକାରୀ ପରିଚାଳନା ପ୍ରଦର୍ଶନ ହାସଲ କରିଛି। ବିଶେଷ କରି ଆମର ସର୍ବକାଳୀନ ବାର୍ଷିକ ଉପତ୍ାଦନ ଓ ଡେଲିଭରି ସଫଳତା ୨୦୨୧-୨୨ ଆର୍ଥିକ ବର୍ଷର ରେକର୍ଡକୁ ଅତିକ୍ରମ କରିଛି, ଯାହା ଆମର ଦୃଢ଼ତାର ପରିଚୟ ଦେଉଛି। ଆମର ଦୃଢ଼ ମାର୍କେଟିଂ ନେଟ୍‌ୱର୍କ ଓ ଦ୍ରୁତ କ୍ରିୟାଶୀଳ ବ୍ୟବସାୟ ମଡେଲ୍‌ ଆମକୁ ସବୁ କ୍ଷେତ୍ରରେ ବଢ଼ିବାରେ ସକ୍ଷମ କରିଛି। ଗତ ଦୁଇ ତ୍ରୈମାସିକରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌) ଉପତ୍ାଦନରେ ଉନ୍ନତି ଦେଖି ଆମେ ଆନନ୍ଦିତ। ଏହି ଧାରାକୁ ବଜାୟ ରଖିବା ଏବଂ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଲାଗି ଆମେ ଆମ ଦୃଢ଼ତାର ବ୍ୟବହାର ଜାରି ରଖିବୁ।

Share