Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌ର ପ୍ରଥମ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୮।୭: ଟାଟା ଷ୍ଟିଲ୍‌ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଟାଟା ଷ୍ଟିଲ୍‌ ପକ୍ଷରୁ ୫.୦୧ ନିୟୁତ ଟନ୍‌ ଅଶୋଧିତ ଇସ୍ପାତ ଉପତ୍ାଦନ କରାଯାଇଛି। ଏଥିରେ କମ୍ପାନୀ ବାର୍ଷିକ ଆଧାରରେ ୨% ଅଭିବୃଦ୍ଧି ହାସଲ କରିଛି। ସେହିଭଳି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ଉପତ୍ାଦନ କ୍ଷମତାରେ ବୃଦ୍ଧି ଯୋଗୁ କମ୍ପାନିର ସାମଗ୍ରିକ ଉପତ୍ାଦନ ବଢ଼ିଛି। ସେହିପରି ପ୍ରଥମ ତ୍ରୈମାସରେ କମ୍ପାନୀର ଡେଲିଭରି ୧୮% ବୃଦ୍ଧି ଘଟି ୪.୮ ନିୟୁତ ଟନ୍‌ ହୋଇଥିବାବେଳେ ରପ୍ତାନି ୦.୨୫ ନିୟୁତ ଟନ୍‌ ହୋଇଛି। ଅପରପକ୍ଷରେ ଅଟୋମୋଟିଭ୍‌ ଓ ସ୍ବତନ୍ତ୍ର ଉପତ୍ାଦ ବର୍ଗରେ ଡେଲିଭରି ବାର୍ଷିକ ଭିତ୍ତିରେ ପ୍ରାୟ ସମାନ ରହିଛି। ଯାତ୍ରୀବାହୀ ଗାଡ଼ି ଓ ଦୁଇଚକିଆ ଯାନ ପାଇଁ ଡେଲିଭରି ବଢ଼ିଥିବା ବେଳେ ବାଣିଜି୍ୟକ ଯାନ ପାଇଁ ହ୍ରାସ ପାଇଛି। ଏପରିକି ବ୍ରାଣ୍ଡେଡ୍‌ ଉପତ୍ାଦ ଓ ରିଟେଲ୍‌ ବର୍ଗରେ ମଧ୍ୟ ଡେଲିଭରି ବାର୍ଷିକ ଭିତ୍ତିରେ ୩୭% ବୃଦ୍ଧି ପାଇଛି। ଟାଟା ଟିସ୍‌କନ୍‌ ଓ ଟାଟା ଷ୍ଟିଲିୟମ୍‌ର ବିକ୍ରି ପ୍ରଥମ ତ୍ରୈମାସରେ ସର୍ବାଧିକ ରହିଛି। ରେଳ, ପ୍ରି-ଇଞ୍ଜିନିୟରିଂ ହୋଇଥିବା କୋଠା ଭଳି ପ୍ରମୁଖ କ୍ଷେତ୍ରରେ ମୂଲ୍ୟଯୁକ୍ତ ଉପତ୍ାଦ ବିକ୍ରିରେ ବୃଦ୍ଧି ପାଇଁ ଶିଳ୍ପ ଉପତ୍ାଦ ଓ ପ୍ରକଳ୍ପ କ୍ଷେତ୍ରରେ ଡେଲିଭରି ବାର୍ଷିକ ଭିତ୍ତିରେ ୨୪% ବୃଦ୍ଧି ପାଇଛି।

Share