ଟାଟା ଷ୍ଟିଲ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୩।୮: ଟାଟା ଷ୍ଟିଲ୍‌ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ଆଗାମୀ ଫଳାଫଳ ଓ କାରବାର ସହିତ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଏହି ସମୟ ମଧ୍ୟରେ ୫୪,୭୭୧ କୋଟି ଟଙ୍କାର ରାଜସ୍ବ ଏବଂ ୬୮୨୨ କୋଟି ଟଙ୍କାର ଇବିଆଇଟିଡିଏ ହାସଲ କରିଛି। ବିଶେଷକରି ଏହାର ଇବିଆଇଟିଡିଏ ମାର୍ଜିନ୍‌ ୧୨.୫% ରହିଥିଲାବେଳେ କମ୍ପାନୀର ନିଟ୍‌ ଲାଭ ୭୫% ବୃଦ୍ଧି ପାଇ ୯୧୯ କୋଟି ଟଙ୍କା ହୋଇଛି। ସେହିଭଳି ଏହି ତ୍ରୈମାସିକରେ କମ୍ପାନୀ ୩୭୭୭ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିଥିବାବେଳେ କଳିଙ୍ଗନଗରଠାରେ ୫ଏମ୍‌ଟିପିଏ ବିଶିଷ୍ଟ ସମ୍ପ୍ରସାରଣକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିଛି ଏବଂ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ବ୍ଲାଷ୍ଟ୍‌ ଫର୍ନେସ୍‌କୁ କାର୍ଯ୍ୟକାରୀ କରିବା ପଥରେ ଅଗ୍ରଗତି ହାସଲ କରିଛି। ଏପରିକି କମ୍ପାନୀର ନିଟ୍‌ ଋଣ ପରିମାଣ ୮୨,୧୬୨ କୋଟି ଟଙ୍କା ରହିଥିବା ବେଳେ ଗ୍ରୁପ୍‌ ପାଖରେ ନଗଦ ପରିମାଣ ୩୬,୪୬୦ କୋଟି ଟଙ୍କା ରହିଛି। ସେହିପରି ଟାଟା ଷ୍ଟିଲ୍‌ର ଭାରତ ରାଜସ୍ବ ପରିମାଣ ୩୩,୧୯୪ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୭୦୨୯ କୋଟି ଟଙ୍କା ଏବଂ ଇବିଆଇଟିଡିଏ ମାର୍ଜିନ୍‌ ୨୧% ରହିଛି। ଏପରିକି କମ୍ପାନୀର ଅଶୋଧିତ ଇସ୍ପାତ ଉପତ୍ାଦନ ୫% ବୃଦ୍ଧି ପାଇ ୫.୨୭ନିୟୁତ ଟନ୍‌ ଏବଂ ଡେଲିଭରି ୪% ବୃଦ୍ଧି ପାଇ ୪.୯୪ ନିୟୁତ ଟନ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri