Categories: ବାଣିଜ୍ୟ

ଟାଟା ଷ୍ଟିଲର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୩୦।୧: ଟାଟା ଷ୍ଟିଲ୍‌ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀ କାର୍ଯ୍ୟକଳାପ ଓ କାରବାର ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଏବଂ ୯ମାସର ଆର୍ଥିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ଟାଟା ଷ୍ଟିଲ୍‌ର ଟିକସ ପରବର୍ତ୍ତୀ ଲାଭ ୪୪୨୯ କୋଟି ଟଙ୍କା ରହିଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକର ଟିକସ ପରବର୍ତ୍ତୀ ଲାଭ ୧୭୮୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ର ତୃତୀୟ ତ୍ରୈମାସିକରେ ୪୪୨୯ କୋଟି ଟଙ୍କା ହୋଇଛି। ଏହି ସମୟ ମଧ୍ୟରେ ଟାଟା ଷ୍ଟିଲ୍‌ର ଭାରତ ରାଜସ୍ବ ପରିମାଣ ୨୦୨୨-୨୩ ରେ ଥିବା ୩୪,୦୫୯ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ ତୃତୀୟ ତ୍ରୈମାସିକରେ ୩୫,୦୧୧ କୋଟି ଟଙ୍କା ହୋଇଛି।

Share