ଛତ୍ରପୁର, ୨୪।୭(ଡି.ଏନ୍.ଏ.): ଛତ୍ରପୁର ଉପକଣ୍ଠ ଟାଟା ଷ୍ଟିଲ କମ୍ପାନୀ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବା ଟାଟା ଚା’ ପ୍ୟାକେଜିଂ ୟୁନିଟରେ ଜମି ହରାଇଥିବା ଲୋକଙ୍କୁ ନିଯୁକ୍ତି ଦାବି କରାଯାଇଛି। ଶନିବାର ଏନେଇ ଭାଜପା ପକ୍ଷରୁ ଟାଟା ଅଫିସ ଘେରାଉ କରାଯାଇଥିଲା। ଏହାପରେ ଭାଜପାର ଏକ ପ୍ରତିନିଧି ଦଳ ଟାଟା କର୍ତ୍ତୃପକ୍ଷଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭାଜପା ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ତ୍ୱରେ ପଦ୍ମଚରଣ ସାହୁ, ସଞ୍ଜିତ କୁମାର ରାଉଳ, ଗଣେଶ ରେଡ୍ଡୀ ପ୍ରମୁଖ ଚମାଖଣ୍ଡି ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳର ଶହେରୁ ଅଧିକ ଶ୍ରମିକ ଗ୍ରାମବାସୀ ଟାଟା ଅଫିସ ଘେରାଉ କରି ନିଯୁକ୍ତି ଦାବି କରିଥିଲେ।