Categories: ବାଣିଜ୍ୟ

Tata Tech IPO Listing: ନିବେଶକ ହେଲେ ମାଲାମାଲ, ୧୪୦% ପ୍ରିମିୟମ ସହ ଲିଷ୍ଟିଂ ଟାଟା ଟେକ୍ନୋଲୋଜି

ମୁମ୍ବାଇ,୩୦ା୧୧: ଦେଶର ଅନ୍ୟତମ ସମ୍ମାନଜନକ ବ୍ୟବସାୟ ଗୋଷ୍ଠୀ ଟାଟା ଗ୍ରୁପର ଆଇପିଓ ଗୁରୁବାର ସେୟାର ମାର୍କେଟରେ ତାଲିକାଭୁକ୍ତ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ପରେ, ଟାଟା ଗ୍ରୁପ୍ ଏହାର କମ୍ପାନୀ ଟାଟା ଟେକ୍ନୋଲୋଜିର ଆଇପିଓ ଆଣିଛି। ସେୟାର ମାର୍କେଟରେ ଏଣ୍ଟ୍ରି ହେଉ ହେଉ ଏହାକୁ ବଡ଼ ସଫଳତା ମିଳିଛି ଏବଂ ଟାଟା ଟେକ୍ ସେୟାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ) ଏବଂ (ବମ୍ବେ ଷ୍ଟକ ଏକ୍ସଚେଞ୍ଜ)ବିଏସଇ’ରେ ବମ୍ପର ଲିଷ୍ଟିଂ ସହିତ କାରବାର ଆରମ୍ଭ କରିଛି। ତେବେ ନିବେଶକଙ୍କ ଆଶାଠାରୁ ଅଧିକ ମୂଲ୍ୟରେ ତାଲିକାଭୁକ୍ତ ହୋଇଛି ଏବଂ ଏହି ଟାଟା କମ୍ପାନୀକୁ ସେୟାର ମାର୍କେଟରେ ଏକ ଭଲ ପ୍ରତିକ୍ରିୟା ମିଳିଛି।

ଟାଟା ଟେକ୍ନୋଲୋଜିର ସେୟାର ବିଏସଇରେ ୧୨୦୦ ଟଙ୍କା ରେ ତାଲିକାଭୁକ୍ତ ହୋଇଛି। ତେବେ ସବୁଠୁ ବଡ଼ କଥା ହେଉଛି ଟାଟା ଟେକ୍ ସେୟାରଗୁଡିକ ସିଧାସଳଖ ୧୪୦ ପ୍ରତିଶତ ପ୍ରିମିୟମ ସହିତ ତାଲିକାଭୁକ୍ତ ହୋଇଥିଲା। ଟାଟା ଟେକ୍ ର ମୂଲ୍ୟ ୫୦୦ ଟଙ୍କା ତୁଳନାରେ ଏହି ତାଲିକା ଚମତ୍କାର ଅଟେ। ନିବେଶକମାନେ ପ୍ରତି ସେୟାର ପ୍ରତି ୭୦୦ ଟଙ୍କା ପ୍ରତ୍ୟକ୍ଷ ଲାଭ ପାଇଛନ୍ତି। ଅର୍ଥାତ ଦୁଇ ଗୁଣାରୁ ଅଧିକ।

ଗୁରୁବାର ସକାଳେ ଟାଟା ଟେକ୍ ଆଇପିଓର ଗ୍ରେ ମାର୍କେଟ ପ୍ରିମିୟମ୍ ୮୫ ପ୍ରତିଶତ ଅର୍ଥାତ୍ ୪୭୫ ଟଙ୍କା ଲାଭ ଦର୍ଶାଉଥିଲା। କିନ୍ତୁ, ତାଲିକାଭୁକ୍ତ ହେବା ପରେ ଏହି ଆକଳନ ଭୁଲ ପ୍ରମାଣିତ ହୋଇଥିଲା। କାରଣ ଏହା ୧୪୦ ପ୍ରତିଶତ ପ୍ରିମିୟମ ସହିତ ଲିଷ୍ଟିଂ ହୋଇଥିଲା ଏବଂ ନିବେଶକମାନେ ୫୦୦ ଟଙ୍କାର ପ୍ରତ୍ୟେକ ସେୟାରରେ ୭୦୦ ଟଙ୍କା ଲାଭ ପାଇଥିଲେ। ତେବେ ୧୨୦୦ ଟଙ୍କା ମୂଲ୍ୟରେ ବିଏସଇରେ ଟାଟା ଟେକ୍ ସେୟାର ତାଲିକାଭୁକ୍ତ ହେବା ପରେ ନିବେଶକମାନେ ଖୁସି ପ୍ରକଟ କରିଛନ୍ତି।

Share