ଏବେ ଭାରତରେ ଟାଟା ଗ୍ରୁପ ନିର୍ମାଣ କରିବ iPhone, ଆଇଟି ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ,୨୬/୧୦: ଭାରତରେ ଏଣିକି ଟାଟା ଗ୍ରୁପ ନିର୍ମାଣ କରିବ ଆପଲ୍ ଆଇଫୋନ୍। ଏହି ଘୋଷଣା କରିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଟାଟା ଗ୍ରୁପ୍ ସହିତ ୱିଷ୍ଟ୍ରନ୍ କାରଖାନା ଅଧିଗ୍ରହଣ ପାଇଁ ଚୁକ୍ତି ଅନୁମୋଦନ ମିଳିଛି, ଯାହା ପରେ ଟାଟା ଗ୍ରୁପ ପାଇଁ ଆଇଫୋନେ ନିର୍ମାଣ ରାସ୍ତା ପ୍ରଶସ୍ତ ହୋଇଛି। ଏହି ବିକାଶ ଆଗକୁ ଭାରତର ମାନୁଫାକଚରିଂ କ୍ଷେତ୍ରକୁ ଶକ୍ତି ଯୋଗାଇବ ଏବଂ ସମଗ୍ର ବିଶ୍ୱରେ ଚାଇନାର ନିର୍ମିତ ନୂତନ ଉପକରଣ ବିକ୍ରୟ ହ୍ରାସ କରିବାର ଆପଲ୍ ର ପୂର୍ବ ରଣନୀତିକୁ ସହଯୋଗ ମିଳିବ।

ୱିଷ୍ଟ୍ରନ୍ କାରଖାନା କର୍ଣାଟକର ସାଉଥଇଷ୍ଟରେ ରହିଛି। ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୨୦୨୪ ମଧ୍ୟରେ ଏହି କାରଖାନାରୁ ପ୍ରାୟ ୧.୮ ବିଲିୟନ ଡଲାର ମୂଲ୍ୟର ଆପଲ୍ ଆଇଫୋନ୍ ପ୍ରସ୍ତୁତ ହେବ। ଟାଟା ଏହି କାରଖାନାରେ ଆପଲ୍ ର ବିଶ୍ୱ ବଜାର ପାଇଁ ଆଇଫୋନ୍ ୧୫ ପ୍ରସ୍ତୁତ କରିବ।

ଟାଟା ଅଧିଗ୍ରହଣ କରିଥିବା ୱିଷ୍ଟ୍ରନ୍ କାରଖାନାର ମୂଲ୍ୟ ୬୦୦ ମିଲିୟନ ଡଲାର ଅଟେ। ଏହି ଚୁକ୍ତି ପାଇଁ ଦୁଇ କମ୍ପାନୀ ମଧ୍ୟରେ ଗତ ଏକ ବର୍ଷ ହେବ ଆଲୋଚନା ଚାଲୁଥିଲା। ଏହି କାରଖାନାକୁ ଆଇଫୋନ ୧୪ ନିର୍ମାଣ ପାଇଁ ଜଣାଯାଉଥିଲା। ଏହିକାରଖାନାରେ ପ୍ରାୟ ୧୦ ହଜାର ଲୋକେ କାମ କରୁଛନ୍ତି।

 

ରିପୋର୍ଟଗୁଡିକ ଅନୁଯାୟୀ ୱିଷ୍ଟ୍ରନ୍ ର ଏହି କାରଖାନାର କ୍ଷତିରେ ଚାଲୁଥିଲା। କାରଣ କମ୍ପାନୀ ଆପଲର ସର୍ତ୍ତ ଅନୁଯାୟୀ କ୍ଷତିର ସମ୍ମୁଖୀନ ହେଉଛି। ୱିଷ୍ଟ୍ରନ୍ କହିଛି ଯେ ଆପଲ୍ ଫକ୍ସକନ୍ ଏବଂ ପେଗାଟ୍ରନ୍ ଅପେକ୍ଷା ଅଧିକ ମାର୍ଜିନ ଚାର୍ଜ କରୁଛି। ଏଥି ସହିତ ଚୀନ୍ ତୁଳନାରେ ଭାରତରେ ବିଭିନ୍ନ ଚ୍ୟାଲେଞ୍ଜ ରହିଛି, ଯେଉଁ କାରଣରୁ ଭାରତରେ କର୍ମଚାରୀଙ୍କ ସହ କାମ କରିବା କଷ୍ଟକର ହୋଇପଡୁଛି। ଏଭଳି ପରିସ୍ଥିତିରେ ୱିଷ୍ଟ୍ରନ୍ ଏହାର କମ୍ପାନୀ ବିକ୍ରୟ କରିବାକୁ ଯାଉଛି।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

୬ ଦିନରେ ୭୦ରୁ ଅଧିକ ବିମାନକୁ ଦିଆଗଲାଣି ବୋମା ଧମକ, ଏଥିରେ ରହିଛି…

ନୂଆଦିଲ୍ଲୀ,୧୯ା୧୦: ଏୟାରଲାଇନ୍‌ ପ୍ରତି ବିପଦ ବଢୁଛି। କିଛିଦିନ ଧରି ଲଗାତର ବିମାନକୁ ବୋମା ଧମକ ମିଳୁଛି। ଶନିବାର ୫ଟି ଇଣ୍ଡିଗୋ ବିମାନକୁ ବୋମା ପକାଇ ଉଡ଼ାଇ...

ଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩କୋଟି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ବୋମା ଧମକ ମିଳୁଛି। ଶନିବାର ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କିଛି ବିମାନ ଆକାସା...

ରାଜନୀତିରେ ଏଣ୍ଟ୍ରି କଲେ ଜିତନ ରାମ ମାଂଝିଙ୍କ ବୋହୂ

ପାଟନା,୧୯।୧୦: ନଭେମ୍ବର ୧୩ରେ ବିହାରର ଚାରୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ବେଲାଗଞ୍ଜ ଏବଂ ଇମାମଗଞ୍ଜ ସିଟ ଗୟା ଜିଲାର ଅଟେ।...

ଜେଏମଏମ-କଂଗ୍ରେସ ମଧ୍ୟରେ ହେଲା ଆସନ ବୁଝାମଣା, ବାମଦଳ ପାଇଁ ଛାଡିଲେ ୧୧ ଆସନ

ରାଞ୍ଚି,୧୯।୧୦: ଇଣ୍ଡିଆ ମେଣ୍ଟ ଅନ୍ତର୍ଗତ ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ବାମ ଦଳ ଏକାଠି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

ଥମୁନି ବୋମା ଧମକ, ଆଜିବି କିଛି ବିମାନକୁ ମିଳିଲା ବୋମାରେ ଉଡାଇ ଦେବାକୁ ଧମକ, ଏୟାରଲାଇନ୍ସ କହିଲା…

ନୂଆଦିଲ୍ଲୀ,୧୯।୧୦: ବିମାନକୁ ବୋମାରେ ଉଡାଇ ଦେବାକୁ ମିଳୁଥିବା ଧମକ ଯେମିତି ବନ୍ଦ ହେଉନାହିଁ। ଶନିବାର ମଧ୍ୟ ଅନେକ ବିମାନକୁ ବୋମା ଧମକ ଦିଆଯାଇଥିଲା। ଯେଉଁ କାରଣରୁ...

ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍‌ ରହିଛି…

ମୁମ୍ବାଇ,୧୯।୧୦: ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର...

ବିମାନରେ ବୋମା ଅଛି… ଏମିତି ଏକ ମିଛ କଲ ପାଇଁ ଖର୍ଚ୍ଚ ହୋଇଥାଏ ୩ କୋଟି ଟଙ୍କା

ନୂଆଦିଲ୍ଲୀ,୧୯।୧୦: ଗତ କିଛି ଦିନ ହେବ ଦେଶରେ କେତେଜଣ ଅଜଣା ଅପରାଧୀ ବିମାନରେ ବୋମା ଲଗାଯାଇଥିବା ମିଥ୍ୟା କଲ କରି ବିମାନ କମ୍ପାନୀଗୁଡିକ ପାଇଁ ବ୍ୟାପକ...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri