Categories: ବାଣିଜ୍ୟ

ଟାଟା ଟ୍ରଷ୍ଟର ଅନ୍ତରଣ ଉତ୍ସବ

ଭୁବନେଶ୍ୱର,୨୫।୩: ଟାଟା ଟ୍ରଷ୍ଟ ପକ୍ଷରୁ ନିକଟରେ ଆୟୋଜିତ ୩ ଦିନିଆ ‘ଅନ୍ତରଣ ଆର୍ଟିସାନ’ ପ୍ରଦର୍ଶନୀ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ମାର୍ଚ୍ଚ ୨୪ (ରବିବାର)ରେ ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲା। ବିଶେଷକରି ମୌଳିକ କାରିଗରିକୁ ପ୍ରୋତ୍ସାହନ ଦେବା ତଥା ହସ୍ତତନ୍ତ କ୍ଷେତ୍ରରେ ରୂପାନ୍ତରଣ ଆଣିବା ଉଦ୍ଦେଶ୍ୟରେ ଟାଟା ଟ୍ରଷ୍ଟ ପକ୍ଷରୁ ଅନ୍ତରଣ ଉତ୍ସବ ଭୁବନେଶ୍ୱରର ନ୍ୟୁ ମ୍ୟାରିଅନ ହୋଟେଲ୍‌ଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା।

ଏପରିକି ଓଡ଼ିଶାର ମାଣିଆବନ୍ଧ ଏବଂ ଗୋପାଳପୁରର କାରିଗରିକୁ ଭିତ୍ତିକରି ଏକ ୩ ଦିନିଆ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଯେଉଁଠାରେ ନୂଆପିଢ଼ିର ଯୁବ କାରିଗରଙ୍କ ସର୍ଜନାରେ ବୁଣାଯାଇଥିବା ଶାଢ଼ି, ଓଢ଼ଣି, ଷ୍ଟୋଲ ଆଦି ଉଭୟ ପ୍ରଦର୍ଶନ ଓ ବିକ୍ରୟ ପାଇଁ ଉପଲବ୍ଧ ଥିଲା। ଉପରୋକ୍ତ ସାମଗ୍ରୀଗୁଡ଼ିକ ଟସର ଘୀଚା, ମଲବେରୀ ଏବଂ କପା ସୂତାରେ ତିଆରି ହୋଇଛି। ଅପରପକ୍ଷରେ ଅନ୍ତରଣ ହେଉଛି ଭାରତର ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ରୂପାନ୍ତରଣ ଆଣିବା ଲାଗି ଟାଟା ଟ୍ରଷ୍ଟର ଏକ ଉଦ୍ୟମ ହୋଇଥିଲାବେଳେ ଏହା ଆସାମ, ନାଗାଲାଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ହସ୍ତଶିଳ୍ପ ଓ ଉଭୟ ତନ୍ତ ଏବଂ ବୁଣାକାରଙ୍କୁ ଉତ୍ସାହିତ କରି ଯୁବପିଢ଼ିଙ୍କୁ ଏହି ଶିଳ୍ପରେ ଧରି ରଖିବା ଲାଗି ସହାୟକ ହେଉଛି।

Share