ମୁମ୍ବାଇ, ୨୭।୧୧: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଘରୋଇ ବଜାରରେ ସେମି କଣ୍ଡକ୍ଟର ୟୁନିଟ ବସାଇବା ଯୋଜନା ରଖିଛି। ପ୍ରକ୍ରିୟା ସହ ଜଡ଼ିତ ୨ ଜଣ ଅଧିକାରୀ ଏ ସମ୍ପର୍କରେ ସୁଚନା ଦେଇଛନ୍ତି। ୩୦୦ ନିୟୁତ ଡଲାର ପୁଞ୍ଜି ବିନିଯୋଗରେ ସେମି କଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟିଂ ୟୁନିଟ ବସାଇବା ଲାଗି ୩ ରାଜ୍ୟ ସହିତ ଆଲୋଚନା କରୁଛି। ଗ୍ରୁପ ତାମିଲନାଡୁ, କର୍ନାଟକ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ସହ ଏଭଳି ଆଲୋଚନାରେ ସାମିଲ ରହିଥିବା କୁହାଯାଉଛି। ଜମିଜମା ଯୋଗାଣ ଏବଂ ଅନ୍ୟ ଆନୁସଙ୍ଗିକ ପ୍ରସଙ୍ଗ ଏଥିରେ ରହିଛି। ତେବେ ଏସମ୍ପର୍କରେ ବିସ୍ତୃତ ଭାବେ କିଛି କହିବାକୁ ଅଧିକାରୀ ମନା କରିଦେଇଛନ୍ତି। ସେମି କଣ୍ଡକ୍ଟର ବିଜନେସ କ୍ଷେତ୍ରରେ ପ୍ରବେଶ କରିବା ନେଇ ପୂର୍ବରୁ ଟାଟା ଗ୍ରୁପ ଆଭାସ ଦେଇଥିଲା। ଆସନ୍ତା ମାସ ସୁଦ୍ଧା ୟୁନିଟ ବସାଇବା ସ୍ଥାନ ନିରୁପଣ କରାଯିବାର ବିଶେଷ ସମ୍ଭାବନା ରହିଛି।