କେନ୍ଦୁଝର ଦେଇ ଚାଲିବ ଟାଟାନଗର-ବ୍ରହ୍ମପୁର ଟେନ୍‌

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟାନଗରରୁ କେନ୍ଦୁଝର ଦେଇ ବ୍ରହ୍ମପୁରକୁ ବନ୍ଦେ ମାତରମ ଟ୍ରେନ୍‌ ଚାଲିବା ନେଇ ଚର୍ଚ୍ଚା ହେଉଛି। ତେବେ ଏ ନେଇ ରେଳ ବିଭାଗ ପକ୍ଷରୁ ଆଧିକାରିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏହା ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଏହା ସପ୍ତାହରେ ୬ ଦିନ ଚାଲିବ ବୋଲି ଜଣାପଡ଼ିଛି। ଏହା ଟାଟାନଗରରୁ ସକାଳ ୫.୨୦ରେ ବାହାରି ବ୍ରହ୍ମପୁରରେ ଅପରାହ୍ନ ୨.୩୦ରେ ପହଞ୍ଚିବ ଏବଂ ସେଠାରୁ ୩ ଟାରୁ ବାହାରି ଟାଟାନଗରରେ ରାତି ୧୧.୫୫ରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଏହା ଟାଟାନଗରରୁ ବାହାରି ରାଜ ଖରସୁଆଁ, କେନ୍ଦୁଝର, ଜଖପୁରା, ହରିଦାସପୁର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବାଲୁଗାଁ ଷ୍ଟେଶନରେ ରହଣି ହେବ ବୋଲି ଜଣାପଡ଼ିଛି। ଏହା ଦ୍ବାରା ବ୍ୟବସାୟିକ କାରବାର ଓ ପର୍ଯ୍ୟଟନର ବିକାଶ ହୋଇ ପାରିବ ବୋଲି କୁହାଯାଉଛି।