ସିଙ୍ଗୁର-ନାନୋ ପ୍ରୋଜେକ୍ଟ ମାମଲା: ଟାଟା ମୋଟର୍ସକୁ ୭୬୬ କୋଟି କ୍ଷତିପୂରଣ ଦେବେ ପଶ୍ଚିମବଙ୍ଗ ସରକାର

ନୂଆଦିଲ୍ଲୀ,୩୦/୧୦: ଟାଟା ମୋଟର୍ସ ସିଙ୍ଗୁର-ନାନୋ ପ୍ରୋଜେକ୍ଟ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ କ୍ଷତିପୂରଣ ମାମଲାରେ ବିଜୟ ହାସଲ କରିଛି। ଟାଟା ମୋଟର୍ସ ଲିମିଟେଡ଼ କହିଛି ଯେ, ଏକ ମଧ୍ୟସ୍ଥତା ପ୍ୟାନେଲ ଏହି ମାମଲାରେ ପଶ୍ଚିମବଙ୍ଗ ଉଦ୍ୟୋଗ ବିକାଶ ନିଗମଠାରୁ ସୁଧ ସମେତ ୭୬୬ କୋଟି ଟଙ୍କା ପାଇବା ସପକ୍ଷରେ ରାୟ ଦେଇଛନ୍ତି।

ଟାଟା କମ୍ପାନୀ ପଶ୍ଚିମବଙ୍ଗର ସିଙ୍ଗୁରରେ ଅଟୋମୋବାଇଲ ମାନୁଫାକଚରିଂ କାରଖାନାରେ ପୁଞ୍ଜି ନିବେଶ କରି କ୍ଷତି ସହିବା କାରଣରୁ ଡବ୍ଲ୍ୟୁବିଆଇଡିସି ଠାରୁ କ୍ଷତିପୂରଣ ଦାବି କରିଥିଲା। ଡବ୍ଲ୍ୟୁବିଆଇଡିସି ପଶ୍ଚିମବଙ୍ଗ ଉଦ୍ୟୋଗ, ବାଣିଜ୍ୟ ଏବଂ ଉଦ୍ୟୋଗ ବିଭାଗର ନୋଡାଲ ଏଜେନ୍ସି ଅଟେ।

ସୂଚନା ସଦସ୍ୟ ବିଶିଷ୍ଟ ଆର୍ବିଟାରୀ ଟ୍ରିବ୍ୟୁନାଲ ଟାଟା ମୋଟର୍ସ ପକ୍ଷରେ ସର୍ବସମ୍ମତି ରାୟ ଦେଇଥିଲେ। ଏହାରି ମାଧ୍ୟମରେ ଟାଟା କମ୍ପାନୀକୁ ୭୬୫.୮ କୋଟି ଟଙ୍କା କ୍ଷତି ପୁରାଣ ମିଳିବ। ୨୦୧୬ ରୁ ଡବ୍ଲ୍ୟୁବିଆଇଡିସି ଠାରୁ ବାର୍ଷିକ ୧୧ ପ୍ରତିଶତ ଦରରେ ସୁଧ ମିଳିବ।

Share