Categories: ଜାତୀୟ

‘ଗୋଆ’ ସହ ଟାଟାଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ, ୨୧ା୧୧: ଟାଟା ଗ୍ରୁପ୍‌ ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରତନ୍‌ ଟାଟା ଗତ ଦୀପାବଳି ପର୍ବ ଅଫିସ୍‌ ଡଗ୍‌ ‘ଗୋଆ’ ସହ ପାଳିଥିଲେ। ଏହାର ଏକ ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିଲେ। ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ୩ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ପହଞ୍ଚିଛି। ପ୍ରାୟ ୧୦ ଲକ୍ଷ ଲାଇକ୍‌ ଏହାକୁ ମିଳିଛି। ଏହାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ହୋଇଥିଲେ। କୁକୁରଟିର ନାମ କାହିଁକି ଗୋଆ ରଖାଗଲା ବୋଲି ବିଭିନ୍ନ ପ୍ରଶ୍ନ ମଧ୍ୟ ପଚରାଗଲା। ପରେ ପଶୁପ୍ରେମୀ ଟାଟା ଏହି ଅଫିସ୍‌ ଡଗ୍‌ର ନାମ କାହିଁକି ଗୋଆ ରଖିଥିଲେ, ତାହା ଜଣାଇଛନ୍ତି। ଗୋଆରେ ସେ ନିଜ ସହଯୋଗୀଙ୍କ କାର୍‌ରେ ଏହି କୁକୁରକୁ ପଥଭ୍ରଷ୍ଟ ହେବାର ଦେଖିଥିଲେ। ପରେ ଏହାକୁ ବମ୍ବେ ହାଉସ୍‌କୁ ଅଣାଯାଇଥିଲା। ସେବେଠାରୁ ଏହାର ନାମ ‘ଗୋଆ’ ରହିଥିବା ଟାଟା କହିଛନ୍ତି। ଏବେ ଗୋଆ ଟାଟାଙ୍କ ସବୁଠାରୁ ପ୍ରିୟ ଓ ଅଫିସ୍‌ ସାଥୀ ଭାବେ ଜଣାଶୁଣା।

Share