ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ବଢ଼ୁଛି ତାତି : ନିର୍ମାତାଙ୍କୁ ଗିରଫ ଦାବି

ଡକ୍ୟୁମେଣ୍ଟାରି ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବିବାଦ ବଢ଼ୁଛି । ନିର୍ମାତା ଲିନା ମଣିମେକଲଇ ଜୁଲାଇ ୨ରେ ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ । ଏହି ପୋଷ୍ଟରରେ ମା’ କାଳୀଙ୍କୁ ସିଗାରେଟ୍‌ ପିଉଥିବାର ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ତାଙ୍କର ଗୋଟିଏ ହାତରେ ତ୍ରିଶୁଳ ଏବଂ ଅନ୍ୟ ହାତରେ ଏଲ୍‌ଜିବିଟି ସମୁଦାୟର ସାତରଙ୍ଗୀ ପତାକା ରହିଥିବା ଏଥିରେ ଦେଖିବାକୁ ମିଳିଛି । ଏହି ଦୁଇଟିକୁ ନେଇ ବିବାଦ ଦେଖାଦେଇଛି । ଲିନାଙ୍କୁ ସମାଲୋଚନା କରାଯାଉଛି । କିଛି ସୋସିଆଲ ମିଡିଆ ୟୁଜର ନିର୍ମାତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି କରିଛନ୍ତି । ପୋଷ୍ଟରରେ ମା’ କାଳୀଙ୍କ ଅପମାନ କରାଯାଉଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି । ହିନ୍ଦୁ ସମାଜର ଭାବନା ପ୍ରତି ଲୀନା ଆଘାତ କରିଥିବା ଅଭିଯୋଗ ହେଉଛି।

Share