ଆମେରିକାରେ ଉଦ୍‌ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି

ଓ୍ବାଶିଂଟନ୍‌,୧୫।୧୦: ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍‌ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ ଦେଇଥିଲେ। ୧୯ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିର ଉଦ୍‌ଘାଟନୀରେ ଉପସ୍ଥିତ ସମସ୍ତ ଲୋକ ଜୟ ଭୀମ କହି ସ୍ଲୋଗାନ ଦେଇଥିଲେ।

ଗୁଜରାଟରେ ଷ୍ଟାଚ୍ୟୁ ଅଫ ୟୁନିଟି ପ୍ରତିମୂର୍ତ୍ତି ଗଢିଥିବା ପ୍ରସିଦ୍ଧ କଳାକାର ତଥା ଶିଳ୍ପୀ ରାମ ସୂତାରଙ୍କ ଦ୍ୱାରା ସର୍ଦ୍ଦାର ପଟେଲଙ୍କ ଏହି ପ୍ରତିମୂର୍ତ୍ତି ତିଆରି କରାଯାଇଛି। ତେବେ ଆମେରିକାରେ ଅନେକ ଲୋକ ଏହି ଐତିହାସିକ ଘଟଣାର ଅଂଶ ହେବା ପାଇଁ ପ୍ରାୟ ୧୦ ଘଣ୍ଟାର ଦୀର୍ଘ ଯାତ୍ରା କରି ଆସିଥିଲେ।

Share