Categories: ଜାତୀୟ

ପୃଥିବୀକୁ ବହୁ ଶିକ୍ଷା ଦେଇଛି ୯/୧୧…

ନୂଆଦିଲ୍ଲୀ,୧୧।୯: ପୃଥିବୀବାସୀଙ୍କୁ ସେପ୍ଟେମ୍ବର ୧୧(୯/୧୧) ବହୁ ଶିକ୍ଷା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜୁରାଟର ଅହମଦାବାଦଠାରେ ସର୍ଦ୍ଦାରଧାମ ଭବନ ଲୋକାର୍ପଣ ସହିତ ସର୍ଦ୍ଦାରଧାମ ଦ୍ୱିତୀୟ ପର୍ଯ୍ୟାୟ ବାଳିକା ବିଦ୍ୟାଳୟର ଭୁମି ପୂଜନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି।

ଏକ ଶତାବ୍ଦୀ ପୂର୍ବରୁ, ୧୮୯୩ ସେପ୍ଟେମ୍ବର ୧୧ ରେ ବିଶ୍ୱ ଧର୍ମ ସଂସଦ ଶିକାଗୋରେ ଅନୁଷ୍ଠିତ ହୋଇଥିଲା। ଏଠାରେ ସ୍ବାମୀ ବିବେକାଦନ୍ଦ ଯୋଗଦେଇ ନିଜର ଭାଷଣା ମାଧ୍ୟମରେ ଭାରତୀୟ ସଂସ୍କୃତି ଏବଂ ମାନବୀୟ ମୂଲ୍ୟବୋଧକୁ ପୃଥିବୀରେ ପରିଚିତ କରାଇଥିଲେ।

ସେହିପରି ୨୦୦୧ ସେପ୍ଟେମ୍ବର ୧୧ରେ ସମଗ୍ର ମାନବତା ଉପରେ ଆତଙ୍କବାଦ ପ୍ରହାର ହୋଇଥିଲା। ଏଭଳି ଆତଙ୍କବାଦୀ ଆକ୍ରମଣର ସ୍ଥାୟୀ ସମାଧାନ ଜରୁରୀ ହୋଇ ପଡ଼ିଛି। ଏହା କେବଳ ମାନବିକତାର ମୂଲ୍ୟବୋଧ ମାଧ୍ୟମରେ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସୁବ୍ରମଣ୍ୟମ ଭାରତୀଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। ତାମିଲ ଷ୍ଟଡିଜ ଉପରେ ’ସୁବ୍ରମଣ୍ୟମ ଭାରତୀ ଚେୟାର’ ବିଏଚୟୁ କଳା ବିଭାଗରେ ପ୍ରତିଷ୍ଠା ହେବ।

ଭବିଷ୍ୟତରେ ବଜାରରେ କେଉଁ କୌଶଳର ଚାହିଦା ରହିବ, ଆମର ଯୁବବର୍ଗ ଭବିଷ୍ୟତର ଦୁନିଆକୁ ଆଗେଇ ନେବା ପାଇଁ କ’ଣ ଆବଶ୍ୟକ କରିବେ, ଜାତୀୟ ଶିକ୍ଷା ନୀତି ଛାତ୍ରମାନଙ୍କୁ ଆରମ୍ଭରୁ ଏଥିପାଇଁ ପ୍ରସ୍ତୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share