Categories: ଜାତୀୟ

ଉଗ୍ର ରୂପ ନେଲା ‘ତାଉକ୍ତାଏ’: ଅନେକ ସ୍ଥାନରେ ଉପୁଡିଲା ଗଛ, ଭାଙ୍ଗିଲା ଘର

ଥିରୁଭାନନ୍ତପୁରମ୍‌,୧୬।୫: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତାଉକ୍ତାଏ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇଛି। ଏବେ ଏହା କେରଳରେ ଏହାର ରୂପ ଦେଖାଇବା ଆରମ୍ଭ କରିଛି। ଥିରୁଭାନନ୍ତପୁରମ୍‌ର ଏକ ଉପକୂଳବର୍ତ୍ତୀ ଗ୍ରାମ ବଲିଆଧୁରାରେ ବର୍ଷ ପବନ ଯୋଗୁ ଅନେକ ଗଛ ଉପୁଡିବା ସହ ଘର ଭାଙ୍ଗିଯାଇଛି।

ପାଣିପାବିଭାଗ ପକ୍ଷରୁ କୁହାଯାିଛି ଯେ, ଆସନ୍ତ ୨୪ ଘଣ୍ଟା ମଧ୍ୟରେ ଏବେ ଗମ୍ଭୀର ଅବପାତ ରୂପ ନେବ। ଆସନ୍ତା ୧୮ ତାରିଖ ସକାଳେ ଏହା ଗୁଜରାଟର ପୋରବନ୍ଦର ଓ ନଲିୟା ମଝିରେ ଲ୍ୟାଣ୍ଡଫଲ କରିବ । ସେତେବେଳେ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି । ‘ତଉକେତ’ ପ୍ରଭାବରେ ଲାକ୍ଷାଦୀପ ଦୀପପୁଞ୍ଜ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି।

 

Share