ଟିକସ ରାଜସ୍ବ ବଢ଼ିବ

ନୂଆଦିଲ୍ଲୀ,୧୨।୮:  ଚଳିତ ଆର୍ଥତ୍କ ବର୍ଷରେ ଟିକସ ରାଜସ୍ବ ଆଶାତୀତ ବୃଦ୍ଧି ହୋଇପାରେ। କର୍ପୋରେଟ କ୍ଷେତ୍ରର ପର୍‌ଫର୍‌ମାନ୍ସ ଆଶାଠାରୁ ଉନ୍ନତ ରହିଥିବାରୁ ସରକାରଙ୍କ ଟିକସ ସଂଗ୍ରହ ଉନ୍ନତ ହେବା ନେଇ ଆଶା ରହିଥିବା ରାଜସ୍ବ ସଚିବ ତରୁନ ବଜାଜ ବୁଧବାର କହିଛନ୍ତି। ବର୍ଦ୍ଧିତ ଜିଏସ୍‌ଟି ହାର ଦେଶର ଅଟୋମୋବାଇଲ ଶିଳ୍ପକୁ ପ୍ରଭାବିତ କରୁଥିବା ପ୍ରସଙ୍ଗରେ ମତ ରଖି ବଜାଜ କହିଛନ୍ତି, ଟିକସ ହାର କମାଇ ଏ ନେଇ ଏକ ସମାଧାନ ପନ୍ଥା ବାହାର କରିବାକୁ ଜିଏସ୍‌ଟି ପରିଷଦ ବିଚାର କରିବ। କେତେକ ସାମଗ୍ରୀକୁ ଟିକସ ଛାଡ଼ ବର୍ଗକୁ ନେବା ସହ ଟିକସ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ।
ସିଆଇଆଇର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ସରକାର ଟିକସ ବୃଦ୍ଧି କରିନାହାନ୍ତି କିମ୍ବା ଲୋକଙ୍କୁ ଅଧିକ ଟିକସ ଦେବାକୁ କହିନାହାନ୍ତି। କର୍ପୋରେଟ ସେକ୍ଟରର ପ୍ରଦର୍ଶନ ଭଲ ରହିଛି, ଯାହା ଦେଶର ଅର୍ଥ ବ୍ୟବସ୍ଥା ଲାଗି ଲାଭକାରୀ। ଏପ୍ରିଲ-ଜୁନ୍‌ ଅବଧିରେ ନେଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ ୨.୪୬ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ତ୍ରୈମାସରେ ୧.୧୭ ଲକ୍ଷ କୋଟି ଟଙ୍କା ରହିଥିଲା। ସେହିଭଳି ନେଟ୍‌ ପରୋକ୍ଷ ଟିକସ ଆଦାୟ ପ୍ରଥମ ତ୍ରୈମାସରେ ୩.୧୧ ଲକ୍ଷ କୋଟି ଟଙ୍କା ରହିଛି। ଏହା ମଧ୍ୟରେ ୧.୬୭ ଲକ୍ଷ କୋଟି ଟଙ୍କାର ନେଟ୍‌ ଜିଏସ୍‌ଟି ରହିଛି, ଯାହା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୨୬.୬%। ଚଳିତ ଆର୍ଥତ୍କ ବର୍ଷରେ ୬.୩୦ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହେବ ବୋଲି ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।
ଜିଏସ୍‌ଟି ସ୍ବାଭାବିକ ହେବା ପରେ ଅନେକ ସାମଗ୍ରୀ ଉପରୁ ଟିକସ କମିବା ନେଇ ବିଚାର କରାଯିବ। ଅଟୋଶିଳ୍ପ ଉପରେ ବର୍ଦ୍ଧିତ ଟିକସ ଯୋଗୁ କାରବାରକୁ ପ୍ରଭାବିତ କରୁଥିବା ବେଳେ ଏହି ସମସ୍ୟା ସମାଧାନ ହେବା ଦରକାର ବୋଲି ସେ ମତ ରଖିଛନ୍ତି। କର୍ପୋରେଟ କ୍ଷେତ୍ରର ଆନିମଲ ସ୍ପିରିଟ ବର୍ତ୍ତମାନ ନାହିଁ। ଅର୍ଥ ବ୍ୟବସ୍ଥାରେ ଦୀର୍ଘ ମିଆଦୀ ଅଭିବୃଦ୍ଧି ଲାଗି କର୍ପୋରେଟ କ୍ଷେତ୍ର ନିବେଶ ଲାଗି ଆଗେଇ ଆସୁ ବୋଲି ସେ ଆହ୍ବାନ କରିଛନ୍ତି। ଅର୍ଥ ବ୍ୟବସ୍ଥାକୁ ସୁବିଧା ହେଲା ଭଳି ପଦକ୍ଷେପ ଉପରେ ଫୋକସ କରାଯାଉଛି। ରେଟ୍ରୋସ୍ପେକ୍ଟିଭ ଟିକସ ଊଠାଣ ଲାଗି ଯୋଜନା ଗ୍ରହଣ କରାଯାଇଛି। ଟିକସ ହାର ବଢ଼ାଇ ଅଧିକ ଆଦାୟ କରିବା ପରିବର୍ତ୍ତେ ଅଧିକ ଲୋକଙ୍କୁ ଟିକସ ବ୍ୟବସ୍ଥା ପରିସରକୁ ଆଣିବାକୁ ବାଟ କରାଯାଉଛି। ବର୍ତ୍ତମାନ ମାତ୍ର କିଛି ପ୍ରତିଶତ ଲୋକ ଟିକସ ଭରୁଛନ୍ତି ଯାହା ଠିକ୍‌ ନୁହେଁ। ଟିକସ ସଂଗ୍ରହ ବଢାଇବା ଦିଗରେ ଆୟକର ବିଭାଗ କାମ କରୁଛି ବୋଲି ବଜାଜ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇପିଏନ୍‌ବିଓଏର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ

ଭୁବନେଶ୍ୱର,୧୬।୧୧: ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଅଫିସର୍ସ ଆସୋସାଏଶନ (ଏଆଇପିଏନ୍‌ବିଓଏ)ର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ ଶୁକ୍ରବାର ସମ୍ବଲପୁରର ରେଲୱେ ୟାର୍ଡ ଗ୍ରାଉଣ୍ଡ୍‌ଠାରେ ଆରମ୍ଭ...

ଚାନ୍ଦି ଭଣ୍ଡାରର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୧: ରାଜ୍ୟର ଅଗ୍ରଣୀ ରୁପା ରିଟେଲ ଚେନ୍‌ ‘ଚାନ୍ଦି ଭଣ୍ଡାର’ର ବହୁ ପ୍ରତୀକ୍ଷିତ ତଥା ନୂତନ ଅଭିଯାନ (କ୍ୟାମ୍ପେନ) ‘ୱେଡିଂ ଷ୍ଟୋରିଜ୍‌ ବାୟ ଚାନ୍ଦି ଭଣ୍ଡାର’...

ଜିଓ ୱାଲର୍‌ଡ ପ୍ଲାଜାରେ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ୍‌

ମୁମ୍ବାଇ,୧୬।୧୧ (ଅଭୟ ଦାଶ): ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ତଥା ପ୍ରିମିୟମ ବ୍ରାଣ୍ଡ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଜିଓ ୱାଲର୍‌ଡ ପ୍ଲାଜାଠାରେ ଉଦ୍‌ଘାଟିତ...

୭.୨% ହାରରେ ଅର୍ଥନୀତି ଅଭିବୃଦ୍ଧି ଆକଳନ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି ଏବଂ ୨୦୨୪ କ୍ୟାଲେଣ୍ଡର ବର୍ଷରେ ୭.୨ ପ୍ରତିଶତ ଏବଂ ୨୦୨୫ରେ ୬.୬ ପ୍ରତିଶତ ବୃଦ୍ଧି ପାଇବ...

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି...

ଜେଡ୍‌ ବ୍ଲାକ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଗୋଲ୍ଡ ପାର୍ଟନର

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମହୀଶୂର ଦୀପ ପରଫ୍ୟୁମେରି ହାଉସ(ଏମ୍‌ଡିପିଏଚ୍‌)ର ପ୍ରମୁଖ ବ୍ରାଣ୍ଡ ଜେଡ୍‌ ବ୍ଲାକ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନାଦର: ଜାଣନ୍ତୁ ଏବେ କେତେ ଟଙ୍କା

ନୂଆଦିଲ୍ଲୀ,୧୫।୧୧:କ୍ରମାଗତ ଭାବେ ଘରୋଇ ବଜାରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହେଉଛି। ଏପରିକି ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ...

ଏକମାତ୍ର ଭାରତୀୟ ଭାବେ ଏମିତି କାର୍‌ନାମା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୫।୧୧:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଉଦ୍ୟୋଗପତି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri