Advertisement

ମୋଦିଙ୍କୁ ପ୍ରଶଂସା କରିବାରୁ ଯାତ୍ରୀଙ୍କ ଉପରେ ଟ୍ୟାକ୍ସି ମଡ଼ାଇଦେଲେ ଡ୍ରାଇଭର

ବାରାଣସୀ, ୧୪ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ଜଣେ ୫୦ ବର୍ଷୀୟ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଟ୍ୟାକ୍ସି ଡ୍ରାଇଭର ଉତ୍‌କ୍ଷିପ୍ତ ହୋଇ ଉକ୍ତ ଯାତ୍ରୀଙ୍କ ଉପରେ ଗାଡ଼ି ମଡାଇ ହତ୍ୟା କରିଛନ୍ତି। ମିର୍ଜାପୁରର ମହୋଖର ଗ୍ରାମ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ବିନ୍ଧ୍ୟାଚଳ ପୋଲିସ ଟ୍ୟାକ୍ସି ଡ୍ରାଇଭର ଆମଜାଦ ଖାନ୍‌ଙ୍କୁ ଗିରଫ କରି ତାଙ୍କ ବିରୋଧରେ ହତ୍ୟା ଓ ଶାନ୍ତି ଭଙ୍ଗ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ ରାଜେଶ ଧର ଦୁବେ ଓ ଅନ୍ୟ କେତେଜଣ ଆମଜାଦ୍‌ଙ୍କ ଟ୍ୟାକ୍ସିରେ ଯାଉଥିବାବେଳେ ଦେଶର ରାଜନୈତିକ ଦୃଶ୍ୟପଟକୁ ନେଇ ଚର୍ଚ୍ଚା ହୋଇଥିଲା। ଏହି ସମୟରେ ଆମଜାଦ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଗାଳିଗୁଲଜ କରିଥିଲେ। ଯାତ୍ରୀମାନେ ଏହାର ପ୍ରତିବାଦ କରିବାରୁ ଆମଜାଦ ରାଜେଶଙ୍କୁ ଧକ୍କା ମାରି ବାହାର କରିଦେବା ସହ ତାଙ୍କ ଉପରେ ଟ୍ୟାକ୍ସି ମଡ଼ାଇ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share