ମହଙ୍ଗା ହେବ ଟ୍ୟାକ୍ସି ସେବା, ଭଡ଼ା ବଢ଼ାଇଲେ ରାଜ୍ୟ ସରକାର; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ, ୪।୨: ଟ୍ୟାକ୍ସି ଏବଂ ଓଲା ଏବଂ ଉବର ପରି ଏଗ୍ରିଗେଟର ଅଧୀନରେ କାର୍ୟ୍ୟ କରୁଥିବା ଗାଡିଗୁଡିକ ପାଇଁ ଭଡା ବଢ଼ାଇଛନ୍ତି ରାଜ୍ୟ ସରକାର। ଗାଡି ମୂଲ୍ୟକୁ ଆଧାର କରି ଟ୍ୟାକ୍ସି ଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯିବ।

ଏଣିକି ୧୦ ଲକ୍ଷ ଟଙ୍କା ମୂଲ୍ୟର ଗାଡି ଗୁଡ଼ିକ ପାଇଁ ସର୍ବନିମ୍ନ ଭଡା ୧୦୦ ଟଙ୍କା ୪ କିଲୋମିଟର ପର୍ୟ୍ୟନ୍ତ ସ୍ଥିର ହୋଇଛି। ୪ କିଲୋମିଟର ପରେ ପ୍ରତ୍ୟେକ କିଲୋମିଟର ମୂଲ୍ୟ ୨୪ ଟଙ୍କା ହେବ। ୧୦ ଲକ୍ଷରୁ ୧୫ ଲକ୍ଷ ମଧ୍ୟରେ ଗାଡି ଗୁଡିକ ପାଇଁ ସର୍ବନିମ୍ନ ୪ କିଲୋମିଟର ପାଇଁ ସର୍ବନିମ୍ନ ୧୧୫ ଟଙ୍କା ଏବଂ ଏହାଠାରୁ କିଲୋମିଟର ପ୍ରତି ୨୮ ଟଙ୍କା ସ୍ଥିର କରାଯାଇଛି। ୧୫ ଲକ୍ଷରୁ ଅଧିକ ଗାଡି ଗୁଡିକ ପାଇଁ ପ୍ରଥମ ୪ କିଲୋମିଟର ମୂଲ୍ୟ ୧୩୦ ଟଙ୍କା ଏବଂ ପ୍ରତ୍ୟେକ ଅତିରିକ୍ତ କିମି ୩୨ ଟଙ୍କା ଭଡ଼ା ରହିଛି।

ରାଜ୍ୟରେ ବଢୁଥିବା ଦରଦାମ୍ ଏବଂ ସହର ମାନଙ୍କରେ ବଢୁଥିବା ଟ୍ରାଫିକକୁ ଦୃଷ୍ଟିରେ ରଖି କର୍ଣ୍ଣାଟକର ସିଦ୍ଧରମୈୟା ସରକାର ଗାଡିଗୁଡିକ ପାଇଁ ଭଡା ବୃଦ୍ଧି କରିଛନ୍ତି। ଶେଷ ଥର ପାଇଁ ୨୦୨୧ ରେ ରାଜ୍ୟ ସରକାର ଭଡା ସଂଶୋଧନ କରିଥିଲେ ଯେତେବେଳେ ଏସି ବିହୀନ ଟ୍ୟାକ୍ସିଗୁଡିକ ପ୍ରଥମ ୪ କିଲୋମିଟର ପାଇଁ ୭୫ ଟଙ୍କା ଏବଂ ତା’ପରେ କିମି ପିଛା ୧୮ ଟଙ୍କା ଥିଲା। ପୂର୍ବ ସଂଶୋଧନ ଅନୁଯାୟୀ, ଏସି ଟ୍ୟାକ୍ସିଗୁଡ଼ିକ ପ୍ରଥମ ୪ କିଲୋମିଟର ପାଇଁ ୧୦୦ ଟଙ୍କା ଏବଂ ତା’ପରେ ୨୪ / କିମି ଟଙ୍କା ଆଦାୟ କରୁଥିଲେ।

ରାଜ୍ୟ ପରିବହନ ପ୍ରାଧିକରଣ ସଚିବ ଏଲ ହେମନ୍ତ କୁମାର କହିଛନ୍ତି ଯେ ପୂର୍ବରୁ ଆପ୍ ଆଧାରିତ ଏବଂ ସିଟି ଟ୍ୟାକ୍ସି ପାଇଁ ଅଲଗା ଭଡା ଥିଲା। ଏଥିସହ ପ୍ରତ୍ୟେକ ବର୍ଗରେ ସର୍ବନିମ୍ନ ଏବଂ ସର୍ବାଧିକ ଭଡା ଭିନ୍ନ ଭିନ୍ନ ରହିଥିଲା, ଯାହାକୁ ଆମେ ବର୍ତ୍ତମାନ ହଟାଇଛୁ। ସେ କହିଛନ୍ତି ଯେ ବିଭାଗ ସମସ୍ତ ଟ୍ୟାକ୍ସି / କ୍ୟାବ ପାଇଁ ସମାନ ଭଡା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଏସି ବିହୀନ ବର୍ଗକୁ ଭଡା ଢାଞ୍ଚରୁ ହଟାଇ ଦିଆଯାଇଛି, କାରଣ ବର୍ତ୍ତମାନ ସମସ୍ତ ଯାନବାହାନରେ ଏସି ସୁବିଧା ରହିଛି।

ସେହିଭଳି ପ୍ରଥମ ପାଞ୍ଚ ମିନିଟ୍ ପାଇଁ ମାଗଣା ଅପେକ୍ଷା ଚାର୍ଜରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଏହା ପରେ ପ୍ରତି ମିନିଟ୍ ପାଇଁ ୧ ଟଙ୍କା ଦେବାକୁ ହେବ। ଆପ୍ ଆଧାରିତ ଏଗ୍ରିଗେଟର୍ସ ୫ ପ୍ରତିଶତ ଜିଏସଟି ସଂଗ୍ରହ କରିବେ ଏବଂ ଯାତ୍ରୀମାନଙ୍କଠାରୁ ସଂଗ୍ରହ କରାଯାଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri