କେନ୍ଦ୍ରୀୟ ବଜେଟ ଉପରେ ଟିକସଦାତାଙ୍କ ନଜର

ଭୁବନେଶ୍ୱର,୩୧ା୧(ଅନୁରାଧା ମହାରଣା): ୨୦୨୫ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଏହି ବଜେଟ ଉପରେ ସମଗ୍ର ଦେଶର ନଜର ରହିଥିବାବେଳେ କରଦାତାମାନେ ଅନେକ ଆଶା ବାନ୍ଧିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରୁ ସରକାର ନୂତନ ଟିକସ ବ୍ୟବସ୍ଥାକୁ ଡିଫଲ୍ଟ ଟ୍ୟାକ୍ସ ବ୍ୟବସ୍ଥା କରିଥିଲେ। ଏ ପର୍ଯ୍ୟନ୍ତ ପ୍ରାୟ ୭୨% ଟିକସଦାତା ନୂତନ ଆୟକର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ୨୦୨୪-୨୫ ପାଇଁ ମୋଟ ୭.୨୮ କୋଟି ଆଇଟିଆର ମଧ୍ୟରୁ ୫.୨୭ କୋଟି ଆଇଟିଆର ନୂତନ ବ୍ୟବସ୍ଥା ଅଧୀନରେ ଦାଖଲ କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରୁ ବେତନ ଆୟ ଉପରେ ୫୦,୦୦୦ରୁ ୭୫,୦୦୦ ଟଙ୍କାକୁ ବୃଦ୍ଧିକରି ଏହି ପରିବର୍ତ୍ତନକୁ ଅଧିକ ଉତ୍ସାହିତ କରାଯାଇଥିଲା। ମାତ୍ର ଟିକସଦାତାମାନେ ନୂତନ ଏବଂ ପୁରୁଣା ବ୍ୟବସ୍ଥାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଏବଂ ଏଥିରେ କିଛି ପରିବର୍ତ୍ତନ ଚାହଁୁଛନ୍ତି। ପୁରୁଣା ଟିକସ ବ୍ୟବସ୍ଥାରେ ଗତ ୧୦ ବର୍ଷ ମଧ୍ୟରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। ତେଣୁ ଏହି ବ୍ୟବସ୍ଥାରେ ଟିକସଦାତା ଅନେକ ପରିବର୍ତ୍ତନ ହେବ ବୋଲି ଚିନ୍ତା କରୁଛନ୍ତି। ଯେହେତୁ ସରକାର ନୂତନ ଟିକସ ବ୍ୟବସ୍ଥା ଲାଗୁ କରିଛନ୍ତି, ଏହାର ଉନ୍ନତି ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଇଛି। ଏଥିରୁ ଜଣାପଡୁଛି, ସରକାର ନୂତନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତ। ଫଳରେ ଲୋକମାନେ ଅଧିକରୁ ଅଧିକ ସରଳ ଟିକସ ବ୍ୟବସ୍ଥା ଆଡ଼କୁ ଯାଇପାରିବେ। ବଜେଟ ୨୦୨୫ରୁ ସେମାନଙ୍କର ପ୍ରଥମ ଆଶା ହେଉଛି ପୁରୁଣା ଟିକସ ବ୍ୟବସ୍ଥାରେ ଉପଲବ୍ଧ ୮୦ସି ଟିକସ ଛାଡ଼ ସୀମାକୁ ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା। ଏହା ବ୍ୟତୀତ ସ୍ବାସ୍ଥ୍ୟ ବୀମା ଉପରେ ଧାରା ୮୦ସି ଅନୁଯାୟୀ ଉପଲବ୍ଧ ୨୫ ହଜାର ଟଙ୍କା ରିହାତିକୁ ୪୦ ହଜାର ଟଙ୍କା (ବରିଷ୍ଠ ନାଗରିକଙ୍କ ପାଇଁ ୫୦ ହଜାରରୁ ୭୫ ହଜାର ଟଙ୍କା)କୁ ବୃଦ୍ଧି କରିବାକୁ ଦାବି ରହିଛି। ଟିକସଦାତାମାନେ ଆଶା କରୁଛନ୍ତି, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ବର୍ତ୍ତମାନର ୨୦% ଟିକସ ୧୫%କୁ ହ୍ରାସ ପାଇବ ଏବଂ ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଛାଡ଼ ୩୦%ରୁ ୨୦%କୁ ହ୍ରାସ ପାଇବ। ସେହିଭଳି ବାର୍ଷିକ ଆୟ ୨୦ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟିକସ ଲାଗୁ କରିବାକୁ ଦାବି ରହିଛି। ଏହା ମଧ୍ୟବିତ୍ତ ତଥା ବେତନପ୍ରାପ୍ତ କରଦାତାଙ୍କୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିପାରିବ। ଏହା ଗ୍ରାହକଙ୍କ ଖର୍ଚ୍ଚରେ ବୃଦ୍ଧି ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଟିକସଦାତାଙ୍କ ମଧ୍ୟ ଆଶା ରହିଛି, ଏହି ବଜେଟରେ ସରକାର ପୁରୁଣା ଟିକସ ବ୍ୟବସ୍ଥାରେ ୭୫ ହଜାର ଟଙ୍କା ଷ୍ଟାଣ୍ଡାର୍ଡ ରିହାତିକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଉଚିତ। ଏହା ଅତ୍ୟାବଶ୍ୟକ ବୃତ୍ତିଗତ ଖର୍ଚ୍ଚକୁ ଧ୍ୟାନରେ ରଖିବାକୁ ଅନୁମତି ଦେଇଥାଏ। କାରଣ ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ଟିକସ ଛାଡ଼ ଅନ୍ୟଥା ଉପଲବ୍ଧ ନୁହେଁ। ତେଣୁ ସମସ୍ତ ଟିକସଦାତା ମାନକ ରିହାତି ବୃଦ୍ଧି ଦ୍ୱାରା ଉପକୃତ ହୋଇପାରିବେ। ପୁରୁଣା ଟିକସ ବ୍ୟବସ୍ଥା ଅନୁଯାୟୀ, ଗୃହଋଣ ସୁଧ ଉପରେ ବାର୍ଷିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଥିବାବେଳେ ଏହି ବ୍ୟବସ୍ଥାକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ରହିଛି। ସମ୍ପ୍ରତି ଗୃହଋଣର ମୂଳ ପରିମାଣ ଉପରେ ଧାରା ୮୦ସି ଅନୁଯାୟୀ ୧.୫ ଲକ୍ଷ ଟଙ୍କା ରିହାତି ମଧ୍ୟ ଦିଆଯାଇଛି। ଏହିପରି ସୁଧ ଉପରେ ରିହାତି ବୃଦ୍ଧିକରି ମୋଟ ଛାଡ଼ ପରିସର ୪.୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ। ପୁରୁଣା ଟିକସ ବ୍ୟବସ୍ଥା ଅନୁଯାୟୀ ୨.୫ ଲକ୍ଷ ଟଙ୍କା ସିଧାସଳଖ ଟିକସ ଛାଡ଼ ଦିଆଯାଉଛି, ଅର୍ଥାତ୍‌ ବାର୍ଷିକ ୨.୫ ଲକ୍ଷ ଟଙ୍କା ରୋଜଗାର ଉପରେ କୌଣସି ଟିକସ ନାହିଁ। ଏହି ପ୍ରତ୍ୟକ୍ଷ ଟିକସ ଛାଡ଼କୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ରହିଛି। ଯଦି ଏହା ଘଟେ ତେବେ ଜଣଙ୍କର ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାରାଣସୀରେ ୨୨ ଦିନ ଧରି ଅପହରଣ, ଗଣବଳାତ୍କାର, ୧୯ ବର୍ଷୀୟା ଯୁବତୀଙ୍କ ଦାବି

ନୂଆଦିଲ୍ଲୀ, ୭।୪: ଉତ୍ତର ପ୍ରଦେଶର ବାରାଣସୀରେ ଜଣେ ୧୯ ବର୍ଷୀୟା ମହିଳାଙ୍କୁ ୨୨ ଜଣ ଅପହରଣ କରି ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀଙ୍କ ମଧ୍ୟରୁ ଛଅ...

ଭକ୍ତମୟ ହେଉଛି ଚନ୍ଦନେଶ୍ୱର ଶୈବପୀଠ, ସମୀକ୍ଷାକଲେ ବିଧାୟକ

ଭୋଗରାଇ, ୭ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳା ମାର୍ଚ୍ଚ ୩୧ରୁ ଧ୍ୱଜ...

ମଦ ମାଫିଆଙ୍କ ମାଡ଼ରେ ଏସ୍‌ଏଚ୍‌ଜି ମହିଳା ରକ୍ତାକ୍ତ: ଅଭିଯୁକ୍ତଙ୍କୁ ପୋଲିସ ଜାମିନରେ ଛାଡି ଦେବାରୁ ଗାଁରେ ଉତ୍ତେଜନା

ପାଟଣା ,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ ସିଲିପଦା ଗ୍ରାମରେ ସରପଞ୍ଚ ଜୟନ୍ତୀ ମୁଣ୍ଡାଙ୍କ ନେତୃତ୍ୱରେ ରବିବାର ଶତାଧିକ ମହିଳା ଗ୍ରାମରୁ...

ଦଣ୍ଡୁଆଙ୍କୁ ଧକ୍କା ଦେଲା ବାଇକ୍‌

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ଗାୟତ୍ରୀ ପ୍ରଜ୍ଞା ଶିଶୁମନ୍ଦିର ନିକଟରେ ସୋମବାର ଜଣେ ଦଣ୍ଡୁଆ ବାଇକ ଦୁର୍ଘଟଣାରେ...

ସଞ୍ଜୟଙ୍କୁ ଆକ୍ରମଣ ଘଟଣା : ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଡା ଗ୍ରାମର ଜି. ଡୋରା ରେଡ୍ଡୀଙ୍କୁ ସୋମବାର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସୋଫିଆ ମିଶ୍ର ଗିରଫକରି...

ବିପର୍ଯ୍ୟୟ ପ୍ରଶମନ ପାଇଁ ମକ୍‌ ଡ୍ରିଲ୍‌

ରାଉରକେଲା,୭।୪(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିର ଅକ୍ସିଜେନ ପ୍ଲାଣ୍ଟ ବିଭାଗର ପ୍ରୋପେନ ପ୍ଲାଣ୍ଟ-୩ ପରିସରରେ ଗତ ୪ତାରିଖରେ ନ୍ୟାଶନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (ଏନ୍‌ଡିଆର୍‌ଏଫ) ଏବଂ ଆର୍‌ଏସ୍‌ପି...

୧୦ ମାସର ସର୍ବନିମ୍ନ ସ୍ତରରେ ଭାରତୀୟ ଶେୟାର ବଜାର, ୧୪ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୭।୪: ୧୦ ମାସ ମଧ୍ୟରେ ସର୍ବାଧିକ ଗୋଟିଏ ଦିନରେ ହ୍ରାସ ପାଇଥିବା ଭାରତୀୟ ଷ୍ଟକ୍ ବଜାର ବେଞ୍ଚମାର୍କ ସେନସେକ୍ସ ସୋମବାର, ୭ ଏପ୍ରିଲରେ ୨,୨୨୭ ପଏଣ୍ଟ...

ଗୋଟିଏ ପରିବାରର ତିନିଜଣ ଆତ୍ମହତ୍ୟା ଘଟଣା ରେଡ଼କ୍ରସ ଫଣ୍ଡରୁ ୯୦ ହଜାର ସହାୟତା

ଗଞ୍ଜାମ,୭ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମର ଗୋଟିଏ ପରିବାରତ ତିନିଜଣ ମାଆ ଝିଅ ଓ ପୁଅ କୌଣସି କାରଣରୁ ବିଷ ପିଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image