କରୋନା ମହାମାରୀ ଯୋଗୁ ପଛେଇ ଯାଇଛି ଟିବି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୧୯।୯: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣ ଯୋଗୁ ଟିବି କାର୍ଯ୍ୟକ୍ରମ ପଛେଇ ଯାଇଛି। ଏନେଇ ଶନିବାର ରାଜ୍ୟସଭାରେ ଭାଜପା ଏମ୍‌ପି କେ.ଜେ. ଆଲଫୋନ୍ସ୍‌ ସୂଚନା ଦେଇଛନ୍ତି। ଦେଶରେ ୨୪ ଲକ୍ଷ ୪ ହଜାରରୁ ଅଧିକ ଟିବି ରୋଗୀ ରହିଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ସହିତ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇବା କାର୍ଯ୍ୟ ଜାରି ରହିଛି। ତେବେ ଲକଡାଉନ୍‌ ଯୋଗୁ ସରକାରୀ ସ୍ବାସ୍ଥ୍ୟ ସେବାରେ ବାଧା ସୃଷ୍ଟି ହୋଇଛି। କରୋନା ସହିତ ଲଢ଼େଇରେ ସରକାର ବ୍ୟସ୍ତ ରହିଥିବାରୁ ଏଭଳି ହୋଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଦେଶରେ ୨୪ ଲକ୍ଷ ୯ ହଜାର ଟିବି ରୋଗୀ ରହିଛନ୍ତି। ଜାତୀୟ ଟିବି କାର୍ଯ୍ୟକ୍ରମରେ ପ୍ରାୟ ୩ ଲକ୍ଷ ରୋଗୀ ବାଦ ପଡ଼ିଥିବା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ୭୯ ହଜାର୧୪୪ ଜଣ ଟିବି ରୋଗୀଙ୍କ ମୃତ୍ୟୁ ଘଟିଥିବା ଜାତୀୟ ଟିବି ରିପୋର୍ଟରେ ପ୍ରକାଶ ପାଇଛି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଏହି ସଂଖ୍ୟା ୪ ଲକ୍ଷ ୪ ହଜାର ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share