Categories: ବାଣିଜ୍ୟ

ଟିସିଏନ୍‌ଏସ୍‌ କ୍ଲଥିଂକୁ ଅଧିଗ୍ରହଣ କରିବ ଏବିଏଫ୍‌ଆର୍‌ଏଲ୍‌

ନୂଆଦିଲ୍ଲୀ,୮।୫: ଆଦିତ୍ୟ ବିର୍ଲା ଗ୍ରୁପର ଫେଶନ୍‌ ଓ ପୋଷାକ କମ୍ପାନୀ ଏବିଏଫ୍‌ଆର୍‌ଏଲ୍‌ ପକ୍ଷରୁ ଟିସିଏନ୍‌ଏସ୍‌ କ୍ଲଥିଂକୁ ଅଧିଗ୍ରହଣ କରିବା ଲାଗି ଏକ ବୁଝାମଣାପତ୍ର ସ୍ବାକ୍ଷର ସହ ଚୁକ୍ତିନାମା ମଧ୍ୟ କରାଯାଇଛି। ଏପରିକି ଉକ୍ତ ବୁଝାମଣା ଅନୁସାରେ ପ୍ରତିଷ୍ଠାତାଙ୍କ ଅଂଶଧନକୁ ଅଧିଗ୍ରହଣ କରିବା ପରେ ଏକ ପବ୍ଲିକ୍‌ ଓପନ୍‌ ଅଫର ଜାରି କରାଯିବ। ଏହା ପରେ ଆଇନ ଅନୁଯାୟୀ ଉଭୟ ସଂସ୍ଥା ମଧ୍ୟରେ ମିଶ୍ରଣ ହେବ। ସେହିଭଳି ପ୍ରତିଷ୍ଠାତାଙ୍କ ଅଂଶଧନ ଓ ଓପନ୍‌ ଅଫରର ମୂଲ୍ୟ ୫୧% ଅଂଶଧନ ଅନୁସାରେ ୧୬୫୦ କୋଟି ଟଙ୍କା ରହିଛି। ଏହାକୁ ଭାରତୀୟ ଫେଶନ୍‌ କ୍ଷେତ୍ରରେ ସର୍ବବୃହତ ଡିଲ୍‌ ବୋଲି କୁହାଯାଉଛି। ଏ ସମ୍ପର୍କରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାରମଙ୍ଗଳମ୍‌ ବିର୍ଲା କହିଛନ୍ତି, ଭାରତୀୟ ଉପଭୋକ୍ତା ଅର୍ଥନୀତିର ଚମତ୍କାରିତା ଓ ବ୍ୟାପକତା ଉପରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ରହିଥିବା ବିଶ୍ୱାସର ଆଉ ଏକ ସ୍ବୀକୃତି ହେଉଛି ଏହି ବୁଝାମଣା।

Share