ଭିଜିଲାନ୍ସ ହାତରେ ଟିଡିସିସି ମ୍ୟାନେଜର: ୧୯ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ,୨।୬(ଡି.ଏନ.ଏ.): ସୁନ୍ଦରଗଡ ଟିଡିସିସି ଜିଲା ମ୍ୟାନେଜର ଜୟପ୍ରକାଶ ମହାନ୍ତି ବୁଧବାର ସକାଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଛନ୍ତି। ସେ ସକାଳୁ ନିଜ ଘରକୁ ଯିବା ପାଇଁ ସୁନ୍ଦରଗଡରୁ ଏକ ଗାଡ଼ିରେ ଝାରସୁଗୁଡା ରେଳ ଷ୍ଟେସନକୁ ଯାଉଥିଲେ। ସେଠାରୁ ସେ ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଯୋଗେ ଘରକୁ ଯିବା ପାଇଁ ଟିକେଟ କରିଥିଲେ। ସାଙ୍ଗରେ ଏତେ ପରିମାଣର ଟଙ୍କା ଧରି ଯାଉଥିଲା ସୂଚନା ପାଇ ସୁନ୍ଦରଗଡ ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୁଜାରୀଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ ମସ୍ନିକାନୀ ଏଲ ଆଣ୍ଡ ଟି ଟୋଲ ଠାରେ ତାଙ୍କ ଗାଡିକୁ ଅଟକାଇ ଯାଞ୍ଚ ବେଳେ ଏହି ଟଙ୍କା ଜବତ କରି ଅଟକ ରଖି ପଚରାଉଚୁରା ଚଳାଇଛନ୍ତି।