Categories: ଜାତୀୟ

ନୀତୀଶଙ୍କ ପରେ ଏନ୍‌ଡିଏ ହାତ ଧରିପାରନ୍ତି TDP ଅଧ୍ୟକ୍ଷ, ଶାହା-ନଡ୍ଡାଙ୍କୁ ଭେଟିଲେ…

ଅମରାବତି,୮।୨: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ପରେ ଆଉ ଜଣେ ବରିଷ୍ଠ ନେତା ଏନ୍‌ଡିଏ ମୁହାଁ ହୋଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ରାଜନୈତିକ ହଲଚଲ ମଧ୍ୟରେ ତେଲୁଗୁ ଦେଶମ ପାର୍ଟି(ଟିଡିପି) ପ୍ରମୁଖ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏନ୍‌ଡିଏ ହାତ ଧରିପାରନ୍ତି। ବୁଧବାର ସେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟିଛନ୍ତି। ଆଗାମୀ ନିର୍ବାଚନରେ ଉଭୟ ଦଳ ଆନ୍ଧ୍ରପ୍ରଦେଶରେ ହାତ ମିଶାଇବାର ଏହା ସଙ୍କେତ ବୋଲି କୁହାଯାଉଛି।

ନାଇଡୁ ଶାହାଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକରେ ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଯଦି ନାଇଡୁ ଭାଜପା ସହ ମେଣ୍ଟ ଗଠନ କରନ୍ତି ତେବେ ସେ ନୀତୀଶଙ୍କ ପରେ ଏନଡିଏ ହାତ ଧରିଥିବା ଦ୍ୱିତୀୟ ପ୍ରମୁଖ ନେତା ହେବେ। ଏହାଛଡ଼ା ମେଣ୍ଟ ଯୋଗୁ କଂଗ୍ରେସ ଶାସିତ ରାଜ୍ୟରେ ଦଳ ଭଲ ପ୍ରଦର୍ଶନ କରିବାରେ ସଫଳ ହେବ ବୋଲି କୁହାଯାଉଛି।

Share