Categories: ଜାତୀୟ

ଦଳାଚକଟା ମୃତ୍ୟୁ ପାଇଁ ଜଗନ ମୋହନ ସରକାରଙ୍କ ମୁଣ୍ଡରେ ଅଠା ବୋଳିଲା ଟିଡିପି…

ହାଇଦ୍ରାବାଦ,୨।୧ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ନେଇ ତେଲୁଗୁ ଦେଶମ ପାର୍ଟି(ଟିଡିପି) ପକ୍ଷରୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରଙ୍କୁ ଦାୟୀ କରାଯାଇଛି। ଦଳାଚକଟା ମୃତ୍ୟୁ ପାଇଁ ଜଗନ ମୋହନ ସରକାରଙ୍କ ମୁଣ୍ଡରେ ଟିଡିପି ଅଠା ବୋଳିଛି।

ଏହି ଘଟଣାରେ ଦୁଃଖ ପ୍ରକାଶ କରି ଟିଡିପି ନେତା ତଥା ରାଜ୍ୟ ଅଧ୍ୟକ୍ଷ କେ ଅତଚାନାଇଡୁ କହିଛନ୍ତି ଯେ ଏହି ଘଟଣାରେ ଜଗନ ମୋହନ ରେଡ୍ଡୀ ସରକାର ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାରେ ବିଫଳ ହୋଇଥିଲେ। ତେଣୁ ଦଳାଚକଟା ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।

ଯେଉଁଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯାଉଛନ୍ତି ସେହି ଘଟଣାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପୋଲିସର ଦାୟିତ୍ୱ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିରୁ ଜଣାପଡୁଛି ଯେ ଜଗନ ମୋହନ ସରକାର ନିଜର ତ୍ରୁଟିକୁ ଲୁଚାଇବା ପାଇଁ ଲୋକଙ୍କ ଜୀବନକୁ ବିପଦରେ ପକାଉଛନ୍ତି।

Share