Categories: ଜାତୀୟ

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଟିଡିପି

ହାଇଦ୍ରାବାଦ,୧୧।୭: ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି। ଯେଉଁଥିପାଇଁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳର ଯଶୋଓ୍ବନ୍ତ ସିହ୍ନା ନିର୍ବାଚନ ଲାଗି ନିଜର ସମର୍ଥନ ଜୁଟାଇବାକୁ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶର ମୁଖ୍ୟ ବିରୋଧୀ ଦଳ ତେଲଗୁ ଦେଶମ ପାର୍ଟି(ଟିଡିପି) ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛି। ସୋମବାର ଦଳ ପକ୍ଷରୁ ଆୟୋଜିତ ହୋଇଥିବା ରଣନୀତି କମିଟି ବୈଠକରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ର ଏନ୍‌ ଚନ୍ଦ୍ରବାବୁ ନାଇଡ କହିଛନ୍ତି ଯେ, ଦଳ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ମୁର୍ମୁଙ୍କୁ ସମର୍ଥନ କରିବ। ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦେଶରେ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ।

Share