ରୁଷିଆ ଆକ୍ରମଣରେ ଭୟଭୀତ ନ ହୋଇ ଅଦ୍ଭୁତ ସାହସିକତା ପ୍ରଦର୍ଶନ କରିଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ନାଁରେ ଆସାମର ଏକ ଷ୍ଟାର୍ଟଅପ୍ କମ୍ପାନୀ ଚା’ ପ୍ରସ୍ତୁତ କରିଛି। ଜେଲେନ୍ସ୍କିଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଚା’ ଲଞ୍ଚ୍ କରାଯାଇଛି। ଆସାମର ଏହା ସବୁଠାରୁ ଷ୍ଟ୍ରଙ୍ଗ୍ ସିଟିସି (କ୍ରଶ ଟିଅର କର୍ଲ) ବୋଲି ଆରୋମେଟିକ୍ ଟି କମ୍ପାନୀର ନିର୍ଦ୍ଦେଶକ ରଞ୍ଜିତ୍ ବରୁଆ କହିଛନ୍ତି। ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍ରୁ ଜେଲେନ୍ସ୍କିଙ୍କୁ ଉଦ୍ଧାର କରିବା ପାଇଁ ଆମେରିକାର ଅଫର୍ ସତ୍ତ୍ୱେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ବଦଳରେ ସେ ଅସ୍ତ୍ର ମାଗିଥିଲେ। ଏହା ହିଁ ତାଙ୍କ ଚରିତ୍ରକୁ ଦର୍ଶାଉଛି। ରୁଷିଆଠାରୁ ଜିତିବା ସହଜ ହୋଇ ନ ଥିଲେ ହେଁ ଜେଲେନ୍ସ୍କି ଏବେ ବି ଲଢ଼ୁଛନ୍ତି ବୋଲି ବରୁଆ ପ୍ରକାଶ କରିଛନ୍ତି। ‘ଜେଲେନ୍ସ୍କି ଚା’ ଅନ୍ଲାଇନ୍ରେ ମଧ୍ୟ ବିକ୍ରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।