Categories: ଜାତୀୟ

ମନ୍ତ୍ରୀ ହେବା ପାଇଁ ପହଞ୍ଚିଲେ ନେତା, ମୋଦିଙ୍କ ବାସଭବନରେ ଚାଲିଛି ଚା ପାର୍ଟି

ନୂଆଦିଲ୍ଲୀ, ୯ା୬: ନରେନ୍ଦ୍ର ମୋଦି ଆଜି ଲଗାତାର ଦେଶର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ସା ୭.୧୫ ମିନିଟ୍‌ରେ ଏନେଇ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ମୋଦିଙ୍କ ସହିତ ତାଙ୍କର କ୍ୟାବିନେଟ୍‌ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବା ନେଇ ସୂଚନା ରହିଛି। ସେଥିପାଇଁ ଶପଥ ଗ୍ରହଣ ପୂର୍ବରୁ ମୋଦି ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ଚା ପାର୍ଟି ପାଇଁ ଡକାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆବାସରେ ମନ୍ତ୍ରୀ ପଦ ମିଳିବାକୁ ଥିବା ୪୧ ନେତା ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଅମିତ ଶାହା, ଜେପି ନଡ୍ଡା, ବି.ଏଲ ଭର୍ମା, ପଙ୍କଜ ଚୌଧରୀ, ଶିବରାଜ ସିଂ ଚୌହାନ, ଅନ୍ନପୂର୍ଣ୍ଣା ଦେବୀ, ଅର୍ଜୁନ ରାମ ମେଘୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ମନୋହର ଲାଲ ଖଟ୍ଟର, ନିତିନ ଗଡ଼କରୀ, ନିତ୍ୟାନନ୍ଦ ରାୟ, ହର୍ଷ ମଲହୋତ୍ରା, ଭାଗୀରଥ ଚୌଧରୀ, ଏଚ୍‌ ଡି କୁମାରସ଼୍ବାମୀ, କିରଣ ରିଜ୍ଜୁ, ଜିତିନ ପ୍ରସାଦ, ରବନୀତ ସିଂ ବିଟୁ, ରାଜନାଥ ସିଂ, ରାଓ ଇନ୍ଦ୍ରଜିତ ସିଂ, ଅଜୟ ତାମତା, ଜିତନ ରାମ ମଝୀ, ଚିରାଗ ପାସୱାନ, ର୍ନିମଳା ସୀତାରମଣ, ସର୍ବାନନ୍ଦ ସୋନୋୱାଲ, ଜି କିଶାନ ରେଡ୍ଡୀ, ପୀୟୁଷ ଗୋୟଲ, ଜୟନ୍ତ ସିଂ ଚୌଧରୀ, ଧର୍ମେନ୍ଦ୍ର ପ୍ରଧାନ, ବିନ୍ଦ ସଞ୍ଜୟ, ଶ୍ରୀପଦ ନାୟକ, ଜିତେନ୍ଦ୍ର ସିଂ, ହରଦୀପ ପୁରୀ, ଶୋଭା କରଣ୍ଡଲାଜେ, ମାନସୁଖ ମାଣ୍ଡଭୀୟ, ଲଲାନ ସିଂ, ଶାନ୍ତନୁ ଠାକୁର, ରାମଦାସ ଆଥୱାଲେ, ରାମ ମୋହନ ନାଇଡୁ, ସି ପେନ୍ନାସାନି, ରାମନାଥ ଠାକୁର, ପ୍ରତାପ ରାଓ ଯାଦବ ଆଦି ପହଞ୍ଚିଛନ୍ତି ।

ଏହା ପୂର୍ବରୁ ସକାଳୁ ମୋଦି ରାଜଘାଟ ଏବଂ ସଦୈବ ଅଟଳ ପହଞ୍ଚିଥିଲେ ଯ ସେଠାରେ ସେ ଗାନ୍ଧିଜୀ ଏବଂ ଅଟଳ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ସେ ସହିଦ ମେମୋରିଲା ନିକଟରେ ପହଞ୍ଚି ଶହିଦ୍‌ଙ୍କୁ ପ୍ରଣାମ କରିଥିଲେ । ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Share