Categories: ଜାତୀୟ

ଚା’ ବିକାଳି ନେଇଛନ୍ତି ୫୦ କୋଟି ଟଙ୍କା ଋଣ!

କୁରୁକ୍ଷେତ୍ର, ୨୩।୭: ହରିୟାଣାର କୁରୁକ୍ଷେତ୍ରରେ ଜଣେ ଚା’ ବିକ୍ରେତା ବ୍ୟାଙ୍କରୁ ୫୦ କୋଟି ଟଙ୍କା ଋଣ ନେଇଛନ୍ତି। ଏକଥା ସତ ହୋଇ ନ ଥିଲେ ମଧ୍ୟ କାଗଜପତ୍ର ସେ ଋଣ ନେଇଥିବା କଥା କହୁଛି। ଏହି ଚା’ ବିକ୍ରେତାଙ୍କୁ ଋଣ ଖିଲାପକାରୀ ଆଖ୍ୟା ଦିଆଯାଇଛି। ସୂଚନାଯୋଗ୍ୟ, ରାଜକୁମାର ନାମକ ଏହି ଚା’ ବିକ୍ରେତା କରୋନାରେ ଆର୍ଥିକ ଅବସ୍ଥା ଖରାପ ଥିବାରୁ ଋଣ ପାଇଁ ଆବେଦନ କରିଥିଲେ। ପୂର୍ବରୁ ରାଜକୁମାରଙ୍କ ନାଁରେ ୫୦ କୋଟି ଟଙ୍କା ଋଣ ଥିବା କହି ବ୍ୟାଙ୍କ ତାଙ୍କୁ ଋଣ ଦେବାକୁ ମନା କରିଦେଇଥିଲା। ରାଜକୁମାର କହିଛନ୍ତି ଯେ, ମୋର ପୂର୍ବରୁ ୫୦ କୋଟି ଟଙ୍କା ଋଣ ଅଛି, ଏହା କିପରି ସମ୍ଭବ ତାହା ଜାଣିପାରୁନି। ଏହି ପ୍ରଶ୍ନ ଉଠୁଛି ଯଦି ଏହା ସତ ହୋଇଥାଏ ତେବେ ଜଣେ ୫୦ କୋଟି ଟଙ୍କା ଋଣ ନେଇ ଜଣେ ଚା’ ବିକିବା କେତେଦୂର ସମୀଚୀନ। ତେବେ ସମୟ କହିବ ଚା’ ବିକାଳି କେତେ ସତ କହୁଛନ୍ତି।

Share